ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ:ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜେନ୍ଦ୍ରାଭିଷେକ ନୀତି । ସଂଧ୍ୟାଧୂପ ନୀତି ଶେଷ ପରେ ଆଜ୍ଞାମାଳ ପାଇ ମହପ୍ରଭୁଙ୍କ ଚଳନ୍ତି ପ୍ରତିମା ମହନମୋହନ ଖଟ ଉପରକୁ ବିଜେ କରିବାର ରହିଛି ପରମ୍ପରା ।

ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସଂଧ୍ୟାଧୂପ ନୀତି ଶେଷ ପରେ ଆଜ୍ଞାମାଳ ପାଇ ମହପ୍ରଭୁଙ୍କ ଚଳନ୍ତି ପ୍ରତିମା ମହନମୋହନ ଖଟ ଉପରକୁ ବିଜେ କରିବେ । ଏହା ପରେ ଭିତର ଶୋଧ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରି ଦିଆଯିବ । ଏହି ସମୟରେ ମହପ୍ରଭୁଙ୍କର ଆଲଟ ସେବା କରାଯାଇଥାଏ । ଆଲଟ ନୀତି ପରେ ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ ।

puri

ଏହା ପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସାରି ମଦନମୋହନ ଘଣ୍ଟ, ଛତା, କାହାଳି ଏବଂ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ସୂଚନାଥାଉ ଯେ, ଆସନ୍ତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+