ରାଜସ୍ଥାନର ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଲା ୯ ଜୀବନ, ଜଣେ ଗୁରୁତର
ରାଜସ୍ଥାନର ଝାଲାୱାଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରୁ ଫେରୁଥିବା ବେଳେ ଭ୍ୟାନରେ ଥିବା ୧୦ ଜଣ ବ୍ୟକ୍ତି ଦ୍ରୁତ ଗତିରେ ଆସୁଥିବା ଟ୍ରକରେ ଧକ୍କା ହୋଇଥିଲେ, ଏହି କାରଣରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଜଣେ ଗୁରୁତର ଆହତ ତାଙ୍କ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।
୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ଭ୍ୟାନ୍ଟି ପୂରା ଚୁନା ହୋଇଯାଇଛି। ଦୁର୍ଘଟଣା ପରେ ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍ରୁ ଉଦ୍ଧାର କରିଥିଲେ। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

ତେବେ ଏହି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ। ତେବେ ପୁଲିସ୍ ତାଙ୍କୁ ଠାବ କରି ଅଟକ ରଖିଛି । ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଭ୍ୟାନ୍ରେ ବସିଥିଲେ । ସେମାନେ ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।












Click it and Unblock the Notifications