‘ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ୩୦ କୋଟି ଟଙ୍କାର ମଇଁଷି
ଉଦଘାଟିତ ହେଲା ରାଜ୍ୟସ୍ତରୀୟ 'ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ । ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୫ ବର୍ଷ ପାଇଁ ଥିମ ରହିଛି "ମତ୍ସ୍ୟ ଓ ପ୍ରାଣିପାଳନ, ଜୀବନଜୀବିକା ଜୈବସନ୍ତୁଳନ ।
ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେଇଛନ୍ତି । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧିର ମହାକୁମ୍ଭ ହେବ ଏହି ସମାବେଶ ।
ଗ୍ରାମାଞ୍ଚଳ ଯୁବକ ଯୁବତୀ ,କୃଷକମାନଙ୍କର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମତ୍ସ୍ୟ ପ୍ରାଣୀ ପାଳନ , ଦୁଗଧ ଉତ୍ପାଦନ ରେ କେମିତି ଆଗକୁ ନେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।
ଏହି ସମାବେଶକୁ ଭରତାର ବିଭିନ୍ନ ବୈଜ୍ଞାନିକ ,ଚାଷୀ ମାନେ ଆସିଛନ୍ତି ଯାହାକୁ ଦେଖିଲେ ଆମର କୃଷକମାନେ କିଛି ଶିଖିବେ ଏବଂ ପ୍ରେରଣା ପାଇବେ ।

ତେବେ ଏହି ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନ ଯୋଧାପୂର୍ ଆସିଛି ମଇଁଷି ଷଣ୍ଢ ଭୀମ । ଯାହାର ଦାମ ହେବ ୩୦ କୋଟି ବୋଲି ତାର ମାଲିକ ଦାବି କରୁଛନ୍ତି । ଅଦ୍ଭୁତ ଆକାର ସହ ପରିବେଶ ସହ ଖାପ ଖୁଆଇ ଚାଲିବାର କ୍ଷମତା ରହିଛି । ଯାହାର ଉଚ୍ଚତା ରହିଛି ୬ ଫୁଟ, ଲମ୍ବା ୧୫ ଫୁଟ ଓ ଓଜନ ୧୫୦୦ kg ରହିଛି ।
ଦିନକୁ ୧ କେଜି ଘିଅ ,୨୫ ଲିଟର କ୍ଷୀର, ୧ କେଜି କାଜୁ ସହ ଶୁଖିଲା ନଡ଼ା ଓ ଘାସ ଖାଉଛି । ଭୀମର ପ୍ରଜାଜନରେ ରହିଛି ଅନେକ କ୍ଷମତା , ତାର ସନ୍ତାନ ମାନଙ୍କ ର ଦିନକୁ ୨୪ ରୁ ୨୫ ଲିଟର ଦୁଧ ଉତ୍ପାଦନ କ୍ଷମତା ରହିଛି। ଏହା ବିକ୍ରୟ ପାଇଁ ନୁହେଁ ମାଲିକଙ୍କ ମୁଖ୍ୟ ଉଦ୍ୟସ ହେଉଛି ମୁରା ଜାତୀୟ ମଇଁଷୀର ସଂରକ୍ଷଣ। କେବଳ ସେତିକି ନୁହେଁ ପ୍ରାୟ ୨୦୦ ଟି ଷ୍ଟଲ୍ ରେ ମତ୍ସ୍ୟ, ପ୍ରାଣିପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହୋଇଥିବା ବେଳେ ୨ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ପ୍ରଦର୍ଶନୀ କରାଯାଇଛି ।












Click it and Unblock the Notifications