'ମୁଖ୍ୟମନ୍ତ୍ରୀଙ୍କର କେହି ନାହାନ୍ତି; ସାଢେ ୪ କୋଟି ଓଡ଼ିଆ ତାଙ୍କ ପରିବାର, ମୁଖାଗ୍ନି ଦେବାକୁ ବି ନାହାନ୍ତି, ତାଙ୍କୁ ଅନେଇଥିବ'

ଚାଲିଥିଲା ମିଟିଂ । ହେଉଥିଲା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ । ଆଉ ମଞ୍ଚରେ ବସିଥିଲେ ରାଜା ସ୍ୱାଇଁ । ଆଉ ଲୋକ ମାନଙ୍କୁ ବୁଝାଉଥିଲେ । ବିଭିନ୍ନ କଥା ବିଷୟରେ କହୁଥିଲେ । ହେଲେ କହୁ କହୁ ରାଜାଙ୍କ ଆଖିରୁ ବାହାରିଲା ଲୁହ । ମଞ୍ଚରେ କାନ୍ଦି ପକାଇଥିଲେ ରାଜା ସ୍ୱାଇଁ । ଆଉ ଏହି ଦୃଶ୍ୟ ଦେଖି ଲୋକେ ବି କାନ୍ଦି ପକାଇଥିଲେ । ସମସ୍ତେ ଭାବ ବିହ୍ବଳ ହୋଇ ଯାଇଥିଲେ । ସମସ୍ତଙ୍କ ଆଖିରୁ ଝରୁଥିଲା ଲୁହ । ରାଜାଙ୍କ ସହ କାନ୍ଦିଥିଲା ପୁରା ମଞ୍ଚ ଆଉ ଜନ ସଧାରଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହି ଭାବବିହ୍ୱଳ ହୋଇ ଯାଇଥିଲେ ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସଭାକୁ ସମ୍ବୋଧିତ କଳା ବେଳେ ରାଜା ସ୍ୱାଇଁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପେଟକୁ ଅନାଇଛନ୍ତି । ତାଙ୍କର ବାପା ନାହାନ୍ତି, ମାଆ ନାହାନ୍ତି, ପୁଅ -ଝିଅ କେହି ନାହାନ୍ତି । ଆଉ ସାଢେ ୪ କୋଟି ଓଡିଆ ହେଉଛନ୍ତି ତାଙ୍କ ପରିବାର । ସେ ଚାଲିଗଲେ ତାଙ୍କୁ ମୁଖାଗ୍ନି ଦେବାକୁ କେହି ନାହାଁନ୍ତି । ସେ ପରିବାରର ସମସ୍ତଙ୍କୁ ଦେଇଛନ୍ତି, ତାଙ୍କ ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ । ଆଠଗଡ ମହୋତ୍ସବ ପଡିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ନିବେଦନ କରିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ।

Raja swain

ଆଉ ଦିନ କେଇଟା ପରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହେଲାଣି । ୨୦୨୪ ନିର୍ବାଚନରେ କିଏ ବାଜିମାତ କରିବ ତାକୁ ନେଇ ଅଙ୍କକଷା ଚାଲିଛି । ଆଉ ଏହି ସମୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାବ ବିହ୍ୱଳ ହୋଇ ନବୀନଙ୍କୁ ଚାହିଁବ ବୋଲି କହି ଏକ ପ୍ରକାରର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+