Get Updates
Get notified of breaking news, exclusive insights, and must-see stories!

ଆଜି ପହିଲି ରଜ: ବନସ୍ତେ ଡାକିଲା ଗଜ...ବରଷକୁ ଥରେ ଆସିଛି ରଜ, ରଜ ପାଳନ ପଛର କାରଣ କ'ଣ ?

Raja Festival 2025: ବନସ୍ତେ ଡାକିଲା ଗଜ...ବରଷକୁ ଥରେ ଆସିଛି ରଜ...ଆସିଛି ରଜ ଲୋ ଘେନି ନୂଆ ସଜବାଜ... ଆଜି ପହିଲି ରଜ । ସକାଳୁ ସକାଳୁ ଝିଅ ମାନେ ନୂଆ ଡ୍ରେସ ପିନ୍ଧି, ପୋଡ ପିଠା ଖାଇ ବୁଲିବେ ଗାଁଠୁ ସହର । ରଜକୁ ନେଇ ଚାରିଆଡେ ଉତ୍ସାହ ଭରିରହିଛି ।

ଓଡ଼ିଶାର ପର୍ବ ରଜ:

ଓଡ଼ିଶାର ଏକ ପାରମ୍ପାରିକ ଗଣପର୍ବ ହେଉଛି ରଜ । ଆଷାଢ ମାସ ପାଳନ ହୁଏ ରଜ । ଯାହାକି 3 ଦିନ ଧରି ପାଳନ ହୁଏ । ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଶେଷରଜ । ଚତୁର୍ଥ ଦିନ ବସୁମତି ସ୍ନାନ ଭାବରେ ପାଳନ କରାଯାଏ । ଏହା ମୁଖ୍ୟତଃ କୃଷି ଭିତ୍ତିକ ପର୍ବ ଅଟେ । ରଜ ଶବ୍ଦର ଅର୍ଥ ରଜବତୀ ହେବା । କୁହାଯାଏ ପୃଥିବୀ ମାତା ଏହି ସମୟରେ ରଜବତୀ ହୋଇଥାଏ । ଏହି ସମୟରେ ବସୁମତି ତଥା ହଳ ଲଙ୍ଗଳକୁ ପୂଜନ କରାଯାଏ । 3 ଦିନ ଧରି ଚାଷ କାର୍ଯ୍ୟ ବନ୍ଦ ରହିଥାଏ । ଏଥିସହ କୁଆରୀ ଝିଅ ମାନେ 3 ଦିନ ଧରି ମଉଜ କରିଥାନ୍ତି ।

କୁଆଁରୀ ଝିଅକୁ ଏସବୁ ମନା:

ଏପରିକି ଏହି ସମୟରେ ଝିଅ ମାନଙ୍କୁ କାମ କରିବାକୁ ମନା କରାଯାଏ । କୁଆଁରୀ ଝିଅମାନେ ଖାଲି ପାଦରେ ମାଟି ଉପରେ ଚାଲିବାକୁ ମନା କରାଯାଏ । ପ୍ରାୟତଃ ସମୟ ଦୋଳି ଖେଳିଥାନ୍ତି । ନହେଲେ ଗୁଆ ଖୋଳପା ବା ଚପଲ ପିନ୍ଧି ଚଳପ୍ରଚଳ ହୋଇଥାନ୍ତି । ମାଟି ଖୋଳିବା ମନା, ଶୀଳରେ ବାଟିବାକୁ ମଧ୍ୟ ମନା କରାଯାଇଥାଏ । କେଶ କୁଣ୍ଡାଇବେ ନାହିଁ, କିଛି ଛିଣ୍ଡାଇବେ ନାହିଁ, ଘର ଝାଡୁ କରିବେ ନାହିଁ, ପୋଷାକ ସିଲାଇବେ ନାନିଁ, କାଟିବେ ନାହିଁ, ରୋଷେଇ କରିବାକୁ ବାରଣ କରାଯାଇଥାଏ । ସେଥିପାଇଁ ଏହି 3 ଦିନ ଝିଅ ମାନେ କାମ ନକରି ଦୋଳିରେ ଝୁଲନ୍ତି । ବୁଲାବୁଲି କରନ୍ତି ।

ବିଶେଷତ୍ୱ

ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ ।

ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ ।

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ ।

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।

ପୋଡ ପିଠା:ଓଡ଼ିଶାର ପ୍ରସିଦ୍ଧ ପୋଡ ପିଠା । ଯାହାକି ଚାଉଳ ଗୁଣ୍ଡ, ନଡିଆ, ଗୁଜୁରାତି, ଗୁଡ, ଘିଅରେ ପୋଡିକି ପ୍ରସ୍ତୁତ କରାଯାଏ । ପୋଡ ପିଠାର ଚାହିଦା ରଜ ପର୍ବ ସମୟରେ ଅଧିକ ଥାଏ । ଓଡ଼ିଆଙ୍କ ଘରେ ଘରେ ପ୍ରସ୍ତୁତ ହୁଏ ପୋଡ ପିଠା ।

ପୋଡ ପିଠା ନିଜେ ଖାଇବା ସହ ଆଖପାଖ ପଡୋଶୀକୁ ମଧ୍ୟ ବଣ୍ଟା ଯାଇଥାଏ । ଏପରକି ରଜ ସମୟରେ ସୂର୍ଯ୍ୟାସ୍ତ ପରେ ଝିଅଙ୍କୁ ଭାତ ଖାଇବାକୁ ମନା କରାଯାଇଥାଏ । ଆଉ ଘରର ସବୁ କାମ ପୁରୁଷଙ୍କୁ କରିବାକୁ କୁହାଯାଏ । ଝିଅ, ମହିଳାଙ୍କୁ 3 ଦିନ ବିଶ୍ରାମ ନେବାକୁ କୁହାଯାଏ ।

ବୁଲାବୁଲିରେ କଟେ ସମୟ:

ରଜ ପର୍ବ ସମୟରେ ଝିଅ ବୋହୂ ମାନେ ଭରପୂର ମଜା କରିଥାନ୍ତି । ନୂଆ ଡ୍ରେସ, ଶାଢୀ ପିନ୍ଧିଥାନ୍ତି । ସଜେଇ ହୋଇ ଦୋଳି ଖେଳ ବେଳେ ଗୀତ ଗାଆନ୍ତି...'ରଜ ଦୋଳି ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟମଟ' ।ଆମ୍ବ, ବରଗଛରେ ଦୋଳି ବନ୍ଧା ଯାଇଥାଏ । ଦୋଳି ଭିତରେ ଯେମିତି ରାମ ଦୋଳି, ଚକ୍ରି ଦୋଳି, ପାଟ ଦୋଳି, ଦାଣ୍ଡି ଦୋଳି, ବାଉଁଶ ଦୋଳି । ଏପରିକି ଏହି ସମୟରେ ମୁରୁଜ ପକାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ପୁଚି ଖେଳ, ମିଠା ପାନ ଖାଇ ଝିଅ ମାନେ ରଜ ପାଳନ କରନ୍ତି ।

ପୁରୁଷଙ୍କ ଜମେ ତାସ୍‌ ଖେଳ:

କେବଳ ଝିଅ ଓ ମହିଳା ନୁହେଁ ପୁରୁଷ ମାନେ ମଧ୍ୟ ରଜ ପର୍ବରେ ଭରପୂର ମଜା କରିଥାନ୍ତି । ରଜ ପର୍ବ ସମୟରେ ରାଜ୍ୟ ବାହାରେ ବି ଥିଲେ ପୁଅ ମାନେ ଘରକୁ ବୁଲିବାକୁ ଆସନ୍ତି । ସୁଆଦିଆ ଖାଇବା ସାଙ୍ଗକୁ ଜମେ ତାସ୍‌ ଖେଳର ମଜା । ଗାଁ ଗହଳିରେ ଏକାଠି ହୋଇ ଲୁଡୁ, କବାଡି ଖେଳିଥାନ୍ତି ।

ରଜ ପର୍ବ ପାଳନ ପଛର କାରଣ କଣ ?

ଏହି ପର୍ବ ପାଳନ ପଛରେ ଏକ ରୋଚକ କାରଣ ରହିଛି । ବିଶ୍ବାସ କରାଯାଏ, ଏହି ସମୟରେ ବସୁମତୀ ମାତା (ପୃଥିବୀ) ରଜଶ୍ବଳା ବା ରଜବତୀ(ଋତୁସ୍ରାବ) ହୋଇଥାନ୍ତି । ରଜବତୀ ସମୟରେ ମହିଳାଙ୍କୁ ଯେପରି ବିଶ୍ରାମ ଆବଶ୍ୟକ ହୁଏ ମାତା ବସୁମତୀଙ୍କୁ ମଧ୍ୟ ବିଶ୍ରାମ ଆବଶ୍ୟକ ହୁଏ । ଏହି ସମୟରେ ଝିଅ ମାନେ ଯେପରି ଘରକାମ କରନ୍ତିନି, ମନ୍ଦିର ଯାଆନ୍ତିନି । ସେହିପରି ମାଟି ଖୋଳିବାକୁ ବାରଣ କରାଯାଏ । ମହିଳାଙ୍କ ପରି ମାତା ବସୁମତୀଙ୍କୁ ବିଶ୍ରାମ ଦିଆଯାଏ ।

Raja parba

ରଜରେ ଜମେ ସୁଆଦିଆ ଖାଦ୍ୟର ପସରା:

ରଜ କେବଳ ମଉଜର ପର୍ବ ନୁହେଁ । ଏହି ସମୟରେ ଘରେ ଘରେ ପ୍ରସ୍ତୁତ ହୁଏ ସୁଆଦିଆ ଖାଦ୍ୟ । ଯେଉଁଥିରେ ପୋଡ ପିଠା ମୁଖ୍ୟ । ଏହି ପୋଡ ପିଠା ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ । ଏହା ସହ ଘରେ ଘରେ ଆରିଷା ପିଠା, ଚକୁଳି ପିଠା, ମଟନ, ଖିରି ପରି ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+