ଆଜି ରଜ ପର୍ବର ତୃତୀୟ ଦିନ ଭୂମି ଦହନ: ଉତ୍ସବ ମୁଖର ଗାଁଠୁ ସହର, ପିଠା ଖାଇ ନାଚ ଗୀତର ଆସର

Raja Parba 2024: ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ହେଉଛି ରଜର ତୃତୀୟ ଦିନ । ଏହାକୁ ଭୂମି ଦହନ ବୋଲି ମଧ୍ୟ କୁହାଯାଏ । ଶେଷ ରଜରେ ଉତ୍ସବ ମୁଖର ଗାଁଠୁ ସହର ।

ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।

ପୂର୍ବ ଦୁଇ ଦିନ ପରି ଆଜି ମଧ୍ୟ ରଜ ଦୋଳି ସାଙ୍ଗକୁ ପୁଚି ଖେଳ, ପିଠା ମିଠା ଓ ପାନ ଖିଆ ସହ ଭଳିକି ଭଳି ଖେଳ ନାଚ ଗୀତର ଆସରରେ ଜମୁଛି ରଜ ପର୍ବରେ । ତରୁଣୀ ମାନେ ରଜ ପର୍ବର ମଜା ଉଠାଉଛନ୍ତି ।

ପ୍ରତି ବର୍ଷ ଏହି ପର୍ବ ପାଳନ ପାଇଁ ଚାହିଁ ବସିଥିବା ରାଜ୍ୟବାସୀ । ଆଜି ଶେଷ ରଜର ସକାଳକୁ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ସହ ସ୍ବାଗତ କରିଛନ୍ତି । ପୂର୍ବ ଦୁଇଦିନ ପରି ସମାନ ଭାବରେ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇ ଉଠିଛି । ଝିଅ-ବୋହୂମାନେ ଗାଧେଇ, ପାଦରେ ଅଳତା ନାଇ, ନୂଆ ବସ୍ତ୍ରରେ ନୂଆ ନୂଆ ବେଶରେ ସଜବାଜ ହେଇଛନ୍ତି । ଆମ୍ବତୋଟାରୁ ଶୁଣିବାକୁ ମିଳୁଛି ରଜ ଗୀତ ।

Raja parba

ଗାଁର ଗଳି କନ୍ଦିରେ ରଜ ଦୋଳି ଓ ଛକ ଛକରେ ରଜପାନ ପସରା, ଘରେ ଘରେ ପିଠା ମିଠାର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । ରଜ ଗୀତର ତାଳେ ତାଳେ ଏହି ଦିନିଦିନିଆ ପର୍ବକୁ ସମସ୍ତେ ପାଳନ କରିଛନ୍ତି । ପ୍ରତିବର୍ଷ ଏହି ପର୍ବକୁ ଚାହିଁ ବସିଥାନ୍ତି ରାଜ୍ୟବାସୀ । ଆଜି ଏହି ପର୍ବରେ ଶେଷ ଦିନ । ପୁଣି ଏହି ତିନି ଦିନ ପାଇଁ ପୁଣି ଆର ବର୍ଷକୁ ଅପେକ୍ଷା ।

ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା , ମିଠା , ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲକୁ ଆହୁରି ରଙ୍ଗୀନ କରୁଛି। ପ୍ରତିଟି ଘରେ ଜମୁଛି ତାସ ଓ ଲୁଡୁ ଖେଳର ଆସର। ବିଭିନ୍ନ ସ୍ଥାନରେ ପୁଚି ଓ କବାଡି ପ୍ରତିଯୋଗୀତା କରାଯାଉଛି। ରଜ ପାଇଁ ବାହାରେ ରହୁଥିବା ଲୋକ ନିଜ ନିଜ ଘରକୁ ଆସିଛନ୍ତି। ଘରେ ଘରେ କୁଣିଆ ଓ ବନ୍ଧୁ ବାନ୍ଧବ। ପରିବାର ସଦସ୍ୟ ଏକାଠି ହୋଇ ପିଠା ମିଠା ଖାଇ ପବିତ୍ର ରଜପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+