Raja 2024: ରଜର ତୃତୀୟ ଦିନକୁ ବସୁମତୀ ସ୍ନାନ କୁହାଯାଏ ...ହେଲେ କାହିଁକି ?
ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାରେ ଏହି ଦିନ ମା' ଧରିତ୍ରୀ ତଥା ବସୁଧାମାତାଙ୍କ ପୂଜା କରିବାର ବିଧି ରହିଛି ।
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା'ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।

ରଜ ପର୍ବରେ ମାଟି ମାଆ ରଜସ୍ୱଳା ହୁଅନ୍ତି । ଏହାସହ ସେ ତିନି ଦିନ ଧରି ଅଦୃଶ୍ୟ ରୁହନ୍ତି । ନାରୀ ମାନଙ୍କ ସହିତ ମାଟି ମାର ନିବିଡ଼ ସମ୍ପର୍କ ରହିଛି ।ଏହି ଦିନ ଗୁଡିକରେ ଠାକୁର ପୂଜା, ଭୂମି ଦହନ, କଟା କାଟି ନାରୀ ମାନଙ୍କ ପାଇଁ ମନା । ରଜସ୍ବଳା ନାରୀ ଟିର ଚତୃର୍ଥୀ ଦିନ ସ୍ନାନ କରି ଶୁଦ୍ଧି ହୁଏ । ବସୁମତୀ ମା ମଧ୍ୟ ସେମିତି ତିନି ଦିନ ପରେ ସ୍ନାନ କରନ୍ତି । ଏହି ଦିନକୁ "ବସୁମତୀ ସ୍ନାନ" କୁହାଯାଏ l ଅନେକ ଏହାକୁ "ଲଷ୍ମୀ ଗାଧୁଆ " ଭାବେ ପାଳନ କରିଥାନ୍ତି । ମା ଲଷ୍ମୀଙ୍କ ପୂଜା ଆରଧନା କରାଯାଏ ଏହି ଦିନ ।
ଲଷ୍ମୀ ମା ଜଗତର କଲ୍ୟାଣକାରି, ମଙ୍ଗଳଦାତ୍ରୀ,ତାଙ୍କରି ଦୟାରେ ଏ ଯିବ ଜଗତ ପାଳିତ ହେଉଛି । ମାଙ୍କ ପୂଜା ଆରଧନା କରି ଲୋକେ ନିଜକୁ ଧନ୍ୟ ମନେ କରନ୍ତି । ବସୁମତୀ ସ୍ନାନ ପରିପେକ୍ଷିରେ ଓଡିଶାର ପୂରପଲ୍ଲୀରେ ଲଷ୍ମୀଙ୍କ ପୂଜା, ଭୋଗ, ଆଳତି କରାଯାଇଥାଏ l ଜଗନ୍ନାଥ ମନ୍ଦିରରେ ପ୍ରସାଦ ଭୋଗ ହୁଏ l ଘରେ ନାରୀ ମାନେ ଅନ୍ନ , ବ୍ୟଞ୍ଜନ, କ୍ଷୀରି, ଆମ୍ବ, କଦଳୀ ଭୋଗ କରି ମା ଲଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତି l ଏହା ଅତ୍ୟନ୍ତ ପବିତ୍ର ପର୍ବ l












Click it and Unblock the Notifications