ଆଜି ରଜ ସଂକ୍ରାନ୍ତି: ଘରେ ଘରେ ପିଠାମିଠାର ମହକ
Raja 2024: ଆଜି ରଜ ସଂକ୍ରାନ୍ତି ବା ଆଜିର ଦିନକୁ ମିଥୁନ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ । ଘରେ ଘରେ ପିଠାମିଠାର ମହକ ସାଙ୍ଗକୁ ଦୋଳି, ବାଗୁଡି ଖେଳରେ ଜମୁଛି ପୁରପଲ୍ଲୀ । ପହିଲି ରଜରେ ଆମିଷ ବଜାରରେ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା ସେହିପରି ଆଜି ରଜ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଦର୍ଶନ କରି ରଜ ପାଳୁଛନ୍ତି । ପ୍ରଭାତରୁ ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି ।
ରଜର ଦ୍ବିତୀୟ ଦିନକୁ ମଧ୍ୟ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ଝିଅ ମାନେ । ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠାପଣା ଖାଇ ଆଜିର ଖାସ ଦିନକୁ ସେଲିବ୍ରେଟ୍ କରୁଛନ୍ତି । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଥିବା ବେଳେ ଗାଁରେ ଲୋକଙ୍କ ମଧ୍ୟ ରଜକୁ ନେଇ ବେଶ୍ ଉତ୍ସାହ ଦେଖିବା ପାଇଁ ମିଳୁଛି । ବିଭିନ୍ନ ସ୍ଥାନରେ ରଜଗୀତ ସହ ଝିଅ ବୋହୂ ଦୋଳି ଖେଳୁଛନ୍ତି ।

ସେହିପରି ବିଭିନ୍ନ ସ୍ଥାନରେ ଜମିଛି ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳର ଆସର । ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ରଜ ପୋଡ ପିଠାକୁ ନେଇ ସହରବସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।












Click it and Unblock the Notifications