Get Updates
Get notified of breaking news, exclusive insights, and must-see stories!

ଆଉ ଗୋଟିଏ ଦିନ ପରେ ରଜ, ଗାଁଠୁ ସହର ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି

Raja 2024: ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିତ ହେବ ଓଡ଼ିଶାର ଗଣପର୍ବ । ରଜ ଏକ ପାରମ୍ପରିକ ପର୍ବ ହୋଇଥିବାରୁ ଏହା ଓଡ଼ିଶାରେ ଚାରି ଦିନ ଧରି ପାଳନ କରାଯିବ । ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ଏବଂ ଅନ୍ତିମ ଦିନ ବସୁବତୀ ସ୍ନାନ ଭାବେ ପାଲନ କରାଯାଇଥାଏ । ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ ।

ଏହି ଚାରି ଦିନ ପ୍ରତ୍ୟେକ ଓଡ଼ିଆ ଘର ରଜପାନ, ପିଠା ପଣାରେ ମହକିବ । ରାଜ୍ୟ ତଥା ଦେଶ ବାହାରେ ଥିବା ସବୁ ଲୋକ ନିଜ ଗାଁ କୁ ଆସିଥାନ୍ତି । ସବୁ ବନ୍ଧୁ ବାନ୍ଧବ ଏକାଠି ହୋଇ ଖୁବ୍ ଧୁମଧାମରେ ପାଳନ କରନ୍ତି ଏହି ପର୍ବ। ତେବେ ରଜ ନେଇ ଏବେଠୁ ଓଡ଼ିଶାର ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ସବୁ ମାର୍କେଟରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

Raja 2024

କିଏ ନୂଆ ଡ୍ରେସ୍, ତ ଆଉ କିଏ ମନପସନ୍ଦ ର ଶାଢ଼ୀ, ସର୍ଟ ପ୍ୟାଣ୍ଟ କିଣି ରଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରଜରେ ଝିଅମାନେ ରଙ୍ଗ ବେରଙ୍ଗ ନୂଆବସ୍ତ୍ରରେ ପିନ୍ଧି, ଅଳଙ୍କାର ପିନ୍ଧି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି । ଖାସ କରି ରଜ ଦୋଳି ଝୁଲି ମନୋରଞ୍ଜନ କରିଥାନ୍ତି ସମସ୍ତେ । ସେହିପରି ଗାଁ ଗାଁରେ ବୟସ୍କମାନେ ତାସ୍‌, କ୍ୟାରମ୍‌, ବାଗୁଡ଼ି'ଆଦି ଖେଳ ଖେଳିଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+