Raja Chakra: ଆଜି କୋର୍ଟରେ ହାଜର ହେବେ ରାଜା ଚକ୍ର
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମହାଘୋଟଲା ମାମଲାରେ ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିବ EOW । ଏହାପରେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବଦେନ କରାଯିବ ।
ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବାକୁ ଯୋଜନା କରିଛି ଇଓଡବ୍ଲୁ । ଯାହାଫଳରେ ଏହି ମାମଲାରେ ଆଗାମୀ ଦିନରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ଲିଙ୍କ୍ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

କେମିତି ହୋଇଥିଲା ମହାଘୋଟାଲା ?
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ । ଉଦ୍ଦେଶ୍ୟ ଥିଲା, ଏଥିରୁ ଯାହା ଲାଭ ହେବ ସେଥିରେ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ । ବାହାରର କେହି ଲୋକ ସୋସାଇଟିରେ ରହିପାରିବେ ନାହିଁ । କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲେ । ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲେ ।
2012-13 ପରେ ସଂସ୍ଥାର ଅଡିଟ୍ ହେଲାନି । ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।












Click it and Unblock the Notifications