ରାଜା ଚକ୍ର ଗିରଫ ମାମଲା; ପ୍ରକ୍ରିୟା ଦେଲେ ଆଇନ ମନ୍ତ୍ରୀ, କହିଦେଲେ ବଡ କଥା

କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଇଓଡବ୍ଲୁ ବାଲେଶ୍ବର କୋର୍ଟରେ ତାଙ୍କୁ ହାଜର କରିଥିଲା । 19 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ରାଜାଚକ୍ର । ତେବେ ରାଜାଙ୍କର ଜାମିନ କିମ୍ବା ରିମାଣ୍ଡ ଆବେଦନ ହୋଇନାହିଁ । କୋର୍ଟରେ ହାଜର ହେବା ପରେ ପୁଣିଥରେ ଜେଲ୍ ଗଲେ ରାଜା ଚକ୍ର ।

pruthiraj harichandan

ପ୍ରକାଶଥାଉକି, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ଗିରଫ ହୋଇଛନ୍ତି ରାଜା ଚକ୍ର । ତେବେ ଏହି ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ପ୍ରତିକ୍ରିୟା ଦେଇଛନ୍ତି । ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି । କାଲି ବଦ୍ରି ପାତ୍ର କହିସାରିଛନ୍ତି, ଲିଙ୍କ୍‌ରେ ଯିଏ ବି ଅଛନ୍ତି ଛଡ଼ାଯିବନି ।

ଆଇନ୍ ଅନୁସାରେ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ରାଜା ଚକ୍ରଙ୍କର ୪୨ଟି ଗାଡ଼ି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହିତ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+