Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ପହଲି ରଜ: ଉତ୍ସବମୁଖର ଗାଁଠୁ ସହର

ଓଡିଶାରେ ଆଜି ଗଣପର୍ବ ରଜ । ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ଭୁରୁଭୁରୁ ଗନ୍ଧରେ ମହକି ଉଠେ ଧରାପୃଷ୍ଠ ।

ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ଧରିତ୍ରୀରାଣୀ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା । ଏହି ଅବସରରେ ପୁରପଲ୍ଲୀରେ ଝିଅମାନେ ନୂଆ ପୋଷାକ ପିନ୍ଧି ପୋଡପିଠା ଖାଇ, ରଜ ପାନର ମଜା ନେଇ ଗାଁ ଗାଁ ବୁଲିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଆନୁସାରେ, ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରନ୍ତି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ।

raja 2024

ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି ବାସୁମତି ସ୍ନାନ କରାଯାଏ । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ ।

ରଜ ଏକ ପାରମ୍ପରିକ ପର୍ବ । ଏହା ଓଡ଼ିଶାରେ ଚାରି ଦିନ ଧରି ପାଳନ କରାଯିବ । ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ଏବଂ ଅନ୍ତିମ ଦିନ ବସୁବତୀ ସ୍ନାନ ଭାବେ ପାଲନ କରାଯାଇଥାଏ । ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ ।

କିଏ ନୂଆ ଡ୍ରେସ୍, ତ ଆଉ କିଏ ମନପସନ୍ଦ ର ଶାଢ଼ୀ, ସର୍ଟ ପ୍ୟାଣ୍ଟ କିଣି ରଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରଜରେ ଝିଅମାନେ ରଙ୍ଗ ବେରଙ୍ଗ ନୂଆବସ୍ତ୍ରରେ ପିନ୍ଧି, ଅଳଙ୍କାର ପିନ୍ଧି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି । ଖାସ କରି ରଜ ଦୋଳି ଝୁଲି ମନୋରଞ୍ଜନ କରିଥାନ୍ତି ସମସ୍ତେ । ସେହିପରି ଗାଁ ଗାଁରେ ବୟସ୍କମାନେ ତାସ୍‌, କ୍ୟାରମ୍‌, ବାଗୁଡ଼ି'ଆଦି ଖେଳ ଖେଳିଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+