ଆଜି ସଜବାଜ, ସଜେଇ ହେଲେଣି ଝିଅ ବୋହୂ
ଆସନ୍ତାକାଲି ପହିଲି ରଜ,ଆଜି ସଜବାଜ । ଚଳିତ ବର୍ଷ ଜମିବ ରଜ । କୋଭିଡ ପାଇଁ ରଜ ପର୍ବ ପାଳନରେ ଲାଗିଥିଲା ରୋକ। ଓଡିଶାର ଅନେକ ଅଞ୍ଚଳରେ ଆଜିଠୁ ଜମିଲାଣି ଏହି ପର୍ବର ମଉଜ।
ଭୁବନେଶ୍ବର: ଆସନ୍ତାକାଲି ପହିଲି ରଜ,ଆଜି ସଜବାଜ । ଚଳିତ ବର୍ଷ ଜମିବ ରଜ । କୋଭିଡ ପାଇଁ ରଜ ପର୍ବ ପାଳନରେ ଲାଗିଥିଲା ରୋକ। ଓଡିଶାର ଅନେକ ଅଞ୍ଚଳରେ ଆଜିଠୁ ଜମିଲାଣି ଏହି ପର୍ବର ମଉଜ।

ହାତରେ ମେହେନ୍ଦୀ ଓ ପାଦରେ ନାଲି ଅଳତା, କୁଙ୍କୁମ ଲଗେଇ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି ଗାଁର ଝିଅ ବୋହୂ । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍, କ୍ୟାରମ,କବାଡିରେ ବ୍ୟସ୍ତ ଗାଁର ଯୁବପିଢି ।
ମହାମାରୀ ପରେ ରଜ ପାଳନ ନେଇ ଲୋକଙ୍କ ଭିତରେ ବେଶୀ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଗାଁ ଠାରୁ ସହର ଯାଏଁ, ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି । ବିଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ସହ ଜମିଲାଣି ଗପର ଆସର । ଅତି ଆନନ୍ଦର ସହ ଚଳିତ ବର୍ଷ ରଜ ପାଳନ ନେଇ ରହିଛି ସଭିଙ୍କ ଆଶା ।
ବାହାର ରାଜ୍ୟର ରହୁଥିବା ଲୋକେ ନିଜ ନିଜ ଗାଁକୁ ଫେରିଛନ୍ତି । ପରିବାର ବନ୍ଧୁ ବାନ୍ଧବକଙ୍କ ସହ ମନ ଖୋଲି ଏଥର ପାଳିବେ ରଜ। କାଲି ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।












Click it and Unblock the Notifications