ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ, ଅପରାହ୍ନ ୨.୩୦ରେ ଖୋଲିବ ଗେଟ୍

Odisha News: ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଆଜିଠୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଖୋଲାଯିବା ନେଇ ସୂଚନା ରହିଛି । ସାଧାରଣ ଲୋକ ମାନେ ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ହେଲେ ଏଥି ପାଇଁ ସେମାନଙ୍କୁ ଅନଲାଇନରେ ପଞ୍ଜୀକରଣ କରିବାକୁ ପଡିବ ।

ଛାତ୍ରଛାତ୍ରୀଙ୍କ ସ୍କୁଲ୍ କର୍ତ୍ତୃପକ୍ଷ ଉଦ୍ୟାନ ପରିଦର୍ଶନ କରିବା ପାଇଁ ଏଡିସି କିମ୍ବା ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଏକ ଅନୁରୋଧ ପତ୍ର ପଠାଇବାକୁ ପଡିବ । ଅଧିକ ବିବରଣୀ ପାଇଁ, ସେମାନେ ୱେବସାଇଟ୍ ପରିଦର୍ଶନ କରି ସମ୍ପୁର୍ଣ୍ଣ ସୂଚନା ପାଇ ପାରିବେ । ଉଦ୍ୟାନର କାକଟସ୍ ହାଉସ୍, ପାଣି ଫାଉଣ୍ଟେନ୍, ସଂଗୀତ ଫାଉଣ୍ଟେନ୍, ଆୟୁର୍ବେଦିକ ଉଦ୍ୟାନ, ଗୋଲାପ ଉଦ୍ୟାନ ହରିଣ ପାର୍କ ପ୍ରମୁଖ ମୁଖ୍ୟ ଆକର୍ଷଣ ରହିବ ।

Raj Bhawan Garden

ସୂଚନା ଅନୁସାରେ,ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସାଧାରଣ ଜନତା ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ, ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ ଟା ମଧ୍ୟରେ ସେମାନଙ୍କ ସ୍କୁଲ୍ ୟୁନିଫର୍ମ ଏବଂ ପରିଚୟପତ୍ର ସହିତ ସେମାନଙ୍କ ସ୍କୁଲ୍ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ପରିଦର୍ଶନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+