ବର୍ଷା ବଢାଇଲା ଦୁର୍ଦ୍ଦଶା; ସାରା ରାଜ୍ୟରେ ପରିବା ଦର ଆକାଶଛୁଆଁ, ଚିନ୍ତାରେ ଖାଉଟି

ଲଗାଣ ବର୍ଷାର ପ୍ରଭାବ ପରିବା ବଜାର ଉପରେ ପଡ଼ିଛି । ପରିବା କିଣିବାକୁ ସାଧାରଣ ଲୋକେ ଏବେ ଭୟ ଅନୁଭବ କରୁଛନ୍ତି । କାରଣ କଞ୍ଚା ପରିବାର ଦର ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଗଲାଣି । ଏମିତିକି ଟମାଟର ,ବାଇଗଣ , ଜହ୍ନି ଏବଂ ପୋଟଳର ଦର ୫୦-୬୦ ଟଙ୍କା ହୋଇଥିବା ବେଳେ ବିନ୍ସ ଏବଂ କାଙ୍କଣର ଦର ୧୦୦ ଟଙ୍କା ଉପରେ । ଏ ଅବସ୍ଥା କେବଳ ଭୁବନେଶ୍ୱର କିମ୍ବା କଟକରେ ନୁହେଁ ବରଂ ସାରା ରାଜ୍ୟରେ । ଏହା ସହ ମାଛ , ଅଣ୍ଡା , ଚିକେନ୍‌ ବି ମହଙ୍ଗା । ସାଧାରଣ ଲୋକେ ବଜାରକୁ ଗଲେ ପରିବା କିଣିବାକୁ ଡରିଲେଣି ।

vegetables

ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଏବଂ ସାରା ରାଜ୍ୟରେ ବର୍ଷା ହେଉଥିବାବେଳେ ପରିବା ଦର ଏବେ ଆକାଶ ଛୁଆଁ । କୁହାଯାଉଛି ଯେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ପନିପରିବାକୁ ରଖାଯାଇ ପାରୁନାହିଁ । କିନ୍ତୁ ଅନେକ ସ୍ଥାନରେ ଲଗାଣ ବର୍ଷା ପନିପରିବା ଚାଷକୁ ନଷ୍ଟ କରିଦେଇଛି । ଯାହା ଏବେ ଚାଷୀ ଏବଂ ମଧ୍ୟବିତ୍ତ ପରିବାରର ଚିନ୍ତା ବଢ଼ାଇଦେଇଛି । ବର୍ତ୍ତମାନ ପରିବା ବଡାରରେ ଚଡ଼କ ପଡ଼ିଛି , ଲଗାଣ ବର୍ଷା ଯୋଗୁଁ ମାର୍କେଟ୍‌କୁ ପରିବା ଆସିବା ମଧ୍ୟ କମିଗଲାଣି ।

ଅନ୍ୟପଟେ ଦେଖିବାକୁ ଗଲେ ଆତ୍ମନିର୍ଭର ହୋଇପାରୁନି ଓଡ଼ିଶା । ପରିବା ପାଇଁ ମଧ୍ୟ ପଡ଼ିଶା ଉପରେ ନିର୍ଭର କରିବାକୁ ପଡୁଛି । ସାଧାରଣ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ପାଇଁ ମହାରାଷ୍ଟ୍ରକୁ ଅପେକ୍ଷା କରିବାକୁ ପଡ଼ୁଛି । ରାଜ୍ୟରେ ସାଧାରଣ ପନିପରିବା ଅମଳ ହୋଇପାରୁନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+