ରାଜ୍ୟରେ ଶୀତ ସହ ବର୍ଷା, ଆସନ୍ତା ୩ ଦିନ ବର୍ଷିବ !
Odisha Weather Today: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି ଯାହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ ।
ଜଗତସିଂହପୁର, ମାଲକାନଗିରି, ଗଞ୍ଜାମ, କଳାହାଣ୍ତି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳରେ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଟ୍ୱିନ୍ ସିଟି କଟକ ଭୁବନେଶ୍ୱରରେ ପାଗ କୋହଲା ରହିଥିଲା ଏବଂ କିଛି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ସେହିପରି ରାଜ୍ୟରେ ଶୀତ ପ୍ରଭାବ ସ୍ୱଭାବିକ ରହିବ । ରାଜ୍ୟରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ସୂଚନା ରହିଛି । ଶୀତ ସହ ଘନ କୁହୁଡି ଅନୁଭୂତ ହେବ ।












Click it and Unblock the Notifications