ଆସନ୍ତା ସପ୍ତାହରେ ବର୍ଷା ସମ୍ଭାବନା; ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ
Odisha Weather Update: ଆସନ୍ତା ସପ୍ତାହରେ ବର୍ଷା ସମ୍ଭାବନା । ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ । ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୧ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତୀବ୍ରତା ଓ ଦିଗ ସ୍ପଷ୍ଟ ହୋଇନଥିବା IMDର ସୂଚନା ମିଳିଛି ।
Odisha Weather Update: ଆସନ୍ତା ସପ୍ତାହରେ ବର୍ଷା ସମ୍ଭାବନା । ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ । ଏ ନେଇ ପୂର୍ବାନମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ।
ଏହାର ପ୍ରଭାବରେ ୨୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଯାହା ୨୩ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର କ୍ଷୀଣ ସମ୍ଭାବନା ରହିଥିବା IMD ଆକଳନ କରିଛି । ତେବେ ଏହାର ତୀବ୍ରତା ଏବଂ ଦିଗ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଲଘୁଚାପ ଆଣୁଛି ପ୍ରବଳ ବର୍ଷା। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କଲା IMD। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେପଟେ ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଶୀତର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । କନ୍ଧମାଳ ଜି.ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରିକୁ ଖସିଆସିଛି ।
ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ବଢ଼ିବା କାରଣରୁ ଶୀତର ପ୍ରକୋପ ବଢ଼ିଛି ।
ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ କଲବଲ କରିବ ଥଣ୍ଡା । ଫେବ୍ରୁଆରି ଅଧା ଯାଏ ରହିବ ଶୀତର ପ୍ରକୋପ ।












Click it and Unblock the Notifications