ମେ’ ୧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର ରାଜ୍ୟବାସୀଙ୍କ ମନରେ ଆଶ୍ବସ୍ତି ଆଣି ଦେଇଛି । ମେ 1 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହିତ ଝଟକା ପବନ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

rain

କିଛି କିଛି ସ୍ଥାନରେ କୁଆ ପଥର ମଧ୍ୟ ପଡିପାରେ । ପାଖାପାଖି 4ରୁ 5 ଦିନ ଯାଏଁ ତାତିରୁ ମୁକ୍ତି ପାଇବେ ଲୋକେ । ଗତ କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାରେ ଅସ୍ତବ୍ୟସ୍ତ ହେଉଥିଲେ ଲୋକେ । ତାପମାତ୍ରା ପାଖାପାଖି 45 ଡିଗ୍ରୀ ଛୁଇଁଥିଲା । ତେବେ ବର୍ଷା ହେଲେ ଲୋକେ କିଛି ମାତ୍ରାରେ ଶାନ୍ତି ପାଇବେ ।

ତେବେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+