ଆହୁରି ୪ ଦିନ ଲଗାଣ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ
ଆଗାମୀ 4 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଉତ୍ତର-ପୂର୍ବ ଝାଡ଼ଖଣ୍ଡ ପାଖାପାଖି ରହିଛି । ତେବେ ଏହା ଉତ୍ତର ଆଡ଼କୁ ଗତି କରୁଛି । ଯାହାର ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଆଉ କିଛି ଯାଗାରେ ପାଗ ମେଘୁଆ ରହିବ । ଆସନ୍ତା 23 ତାରିଖରୁ ବର୍ଷାର ପରିମାଣ ସାମାନ୍ୟ କମିବ । ତେବେ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ସ୍ବାଭାବିକ ରହିବ ।

ଆଗାମୀ 24ଘଣ୍ଟା ପାଇଁ ବିଶେଷ କରି 5ଟି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା ରହିଛି । ଅର୍ଥାତ୍ 12ସେମି ରୁ 20ସେମି ପର୍ଯନ୍ତ ବର୍ଷା ପୁର୍ବାନୁମାନ କରାଯିବା ସହ ଏନେଇ ସତର୍କ ରହିବାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ସେହିପରି ତିନୋଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଅନୁଗୁଳ, ଦେଓଗଡ ଜିଲ୍କାରେ 7ରୁ 11ସେମି ପର୍ଯ୍ୟନ୍ତ ବର୍ଷା ସହ ପାଗ ସାଧାରଣତଃ ମେଘାଚ୍ଛନ୍ନ ରହିବ ବୋଲି ପୁର୍ବାନୁମାନ କରାଯାଇଛି। ବାକି ଜିଲ୍ଲାରେ ବର୍ଷା ନେଇ କୌଣସି ସତର୍କତା ଜାରି କରାଯାଇନାହିଁ ।
ସେପଟେ ଆସନ୍ତାକାଲି ପାଇଁ ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । 21 ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଅର୍ଥାତ୍ ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । 23 ତାରିଖରେ ବର୍ଷାର ମାତ୍ରା ଏତେ ରହିବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।












Click it and Unblock the Notifications