ଆଜିର ପାଣିପାଗ ଖବର : ଆହୁରି ଦୁଇ ଦିନ ଭିଜିବ ଓଡ଼ିଶା, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆହୁରି ଦୁଇ ଦିନ ଭିଜିବ ଓଡ଼ିଶା । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡ଼ିଶାରେ ଏବେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛିି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦୁଇ ଦିନ ଅର୍ଥାତ ଆଜି ଓ କାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ।
କିଛି ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଯାଜପୁର, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି , ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହୋଇପାରେ ।
ବର୍ତ୍ତମାନ ଓଡିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ମୌସୁମୀ ନିମ୍ନ ଚାପରେଖା ତାର ସ୍ବାଭାବିକ ଅବସ୍ଥାନରୁ ସାମାନ୍ୟ ଉତ୍ତରରେ ରହିଛି । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
୧୧ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ୧୭ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୨ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।
ରାଜ୍ୟରେ ମୌସୁମୀ ବିଶେଷ ଭାବେ ସକ୍ରିୟ ନଥିବାରୁ ୨୬ ତାରିଖ ପରେ ପାଗ ଶୁଖିଲା ରହିପାରେ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।












Click it and Unblock the Notifications