ବର୍ଷା ବିତ୍ପାତ, ଉତ୍ତରାଖଣ୍ଡ ଠାରୁ ହିମାଚଳପ୍ରଦେଶ ସବୁଠି ବାଦଲଫଟା ବର୍ଷା ପରେ ଜଳ ପ୍ରଳୟ
ମୌସୁମୀ ବର୍ଷାରେ କିଏ ଖୁସି କରୁଥିବା ବେଳେ କାହା ପାଇଁ ଆଣି ଦେଇଛି ଦୁଃଖର ପାହାଡ । ବିଶେଷ କରି ପାହାଡିଆ ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇଛି । ମୌସୁମୀ ଆରମ୍ଭ ହେବା ମାତ୍ରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । କେଉଁଠି ବାଦଲ ଫାଟି ବର୍ଷା ପରେ ବନ୍ୟା ହୋଇଛି ତ ପୁଣି କେଉଁଠି ଭୂସ୍ଖଳନ କାରଣରୁ ପାହାଡ ଧସି ପଡିଛି । ଉତ୍ତରାଖଣ୍ଡ ଠାରୁ ଆରମ୍ଭ କରି ହିମାଚଳ ପର୍ଯ୍ୟନ୍ତ ଭିିଡିଓରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ..
ହିମାଚଳ ପ୍ରଦେଶରେ ବର୍ଷା ପାଇଁ ଜଳ ପ୍ରଳୟ ଆସିଛି । ନଦୀରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଇ ବଡ ବଡ ଅଟ୍ଟାଳିକା,ଗାଡି, ଘର ଆଦି ଦିଆସିଲି ଖୋଳ ଭଳି ଭାସି ଯାଉଛି ।ଲୋକଙ୍କ ନଦୀ, ନାଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ରାତି ସାରା ପ୍ରବଳ ବର୍ଷା କାରଣରୁ କେଦାରନାଥ ମାର୍ଗରେ ଭୂସ୍ଖଳନ ମଧ୍ୟ ହୋଇଛି । ଫଳରେ ଯାତାୟାତରେ ସମସ୍ୟା ସହ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।












Click it and Unblock the Notifications