ରାଜ୍ୟରେ ଜାରି ରହିଛି ବର୍ଷା, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ !
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି ।
ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଉପକୂଳରୁ ଦକ୍ଷିଣ ସବୁଠି ଦେଖିବାକୁ ମିଳିଛି ବର୍ଷା ବିପତ୍ତି । ରାଜ୍ୟରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ତଥା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଭୂସ୍ଖଳନ । ସେହିପରି ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷାର ଚେତାବନୀ ରହିଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗଭୀର ଅବପାତଟି କ୍ରମଶଃ ଦୁର୍ବଳ ହେଉଥିବା ବେଳେ କମିବ ବର୍ଷାର ପରିମାଣ ।

ଆଜି କେଉଁ କେଉଁ ଜିଲ୍ଲାକୁ ୱାର୍ଣ୍ଣିଂ:
ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷାର ଚେତାବନୀ ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାରା ଓଡ଼ିଶାରେ ବିଜୁଳି, ଘଡଘଡି ସହ ବର୍ଷା ଆଲର୍ଟ ରହିଥିବା ବେଳେ ମୟୂରଭଞ୍ଜ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଅନୁଗୁଳ, କେନ୍ଦୁଝର ବରଗଡ଼, ନବରଙ୍ଗପୁର, ନୂଆପଡା ଓ ଝାରସୁଗୁଡା ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।
ଆଜିଠୁ କମିବ ବର୍ଷା:
ଆଜିଠୁ କମିପାରେ ବର୍ଷର ପରିମାଣ । ଆସନ୍ତାକାଲି ପାଇଁ କୌଣସି ୱାର୍ଣ୍ଣିଂ ନଥିବାବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଗତ ୬ ଘଣ୍ଟା ମଧ୍ୟରେ ୧୦ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା । ବର୍ତ୍ତମାନ ଏହା ଆଭ୍ୟନ୍ତରୀଣ ଓଡ଼ିଶାରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଧିରେ ଧିରେ ଦୁର୍ବଳ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।












Click it and Unblock the Notifications