ଆସନ୍ତାକାଲିଠୁ ବଢିପାରେ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Odisha Weather: ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ଫଳରେ ପାଗ ବଦଳିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ସେଥିପାଇଁ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥି ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଜି ଅପେକ୍ଷା କାଲିଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୁର୍ବାନୁମାନ କରାଯାଇଛି । ଆଜି ଟ୍ୱିନ ସିଟିର ଅନେକ ସ୍ଥାନରେ ପବନ ସହ ସାମାନ୍ୟ ବର୍ଷା ହୋଇଛି । ଯାହା ଫଳରେ ରାଜ୍ୟରେ ଦିନର ତାପମାତ୍ରା ୪ ପୁ ୬ ଡିଗ୍ରୀ ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।












Click it and Unblock the Notifications