ପୁଣି ଆସୁଛି ବର୍ଷା: ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର:ପ୍ରାୟ ଏକ ସପ୍ତାହ ଶୁଖିଲା ପାଗ ପରେ ରାଜ୍ୟରେ ପୁଣି ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ ବୋହିବା ଆରମ୍ଭ ହୋଇଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଜଳକଣା କମିବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବର୍ଷା ପରିମାଣ ହ୍ରାସ ପାଇବ । ଆସନ୍ତା ୫ତାରିଖରେ ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି । ଗୁରୁଚାପ ବଳୟ ସକ୍ରିୟ ହେବା ପରେ ମୌସୁମୀ ଅପସାରଣ ପାଇଁ ବାଟ ଫିଟିବ ବୋଲି ଜଣାପଡିଛି । ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ବର ସମେତ କେତେକ ଉପକୂଳ ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଛି ।












Click it and Unblock the Notifications