Rain Alert: ଆହୁରି ୪ ଦିନ ବର୍ଷା ସହ ବଜ୍ରପାତ, ଏହି ସବୁ ଜିଲ୍ଲାକୁ ୟୋଲା ୱାର୍ଣ୍ଣିଂ
ଓଡ଼ିଶାରେ ବର୍ତ୍ତମାନ କୌଣସି ପ୍ରକାର ପାଣିପାଗ ନିୟାମକ ସକ୍ରିୟ ନାହିଁ । ମାତ୍ର ଆହୁରି ୪ ଦିନ ବର୍ଷା ଜାରି ରହିବ । ରାଜ୍ୟରେ କେତେକ ସ୍ଥାନରେ ମେଘୁଆ ପାଗ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ଓ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନ ବହିବା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ସେପଟେ ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆଗକୁ ବର୍ଷା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି ଉପକୂଳ ଓ ଉତ୍ତର ଓଡ଼ିଶାର ୧୩ ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାସହ ଘଣ୍ଟାପ୍ରତି ପବନର ବେଗ ୩୦-୪୦ କିମି ରହିବ । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

20 September Rain Alert:
ସେହିପରି ଆସନ୍ତାକାଲି ୨୦ ତାରିଖରେ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସତର୍କ କରିଛି ପାଣିପାଗ ବିଭାଗ । ଏନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ଝଟକା ପବନର ବେଗ ୩୦-୪୦ କିଲୋମିଟର ହେବା ସହିତ କିଛି ସ୍ଥାନରେ ପ୍ରବଳ ବଜ୍ରପାତ ବି ହେବାର ସମ୍ଭାବନା ରହିଛି ।
୨୧ ତାରିଖରେ ମଧ୍ୟ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଝଟକା ପବନକୁ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭିତରେ ରଖାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ।
22 September Rain Update:
୨୨ ତାରିଖରେ ବର୍ଷା ବଢ଼ିବ । ସାରା ରାଜ୍ୟରେ ବର୍ଷା ସହ ପ୍ରବଳ ବଜ୍ରପାତ ହେବ । ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଟକା ପବନ ବହିବ । ଏଥାପାଇଁ ସାରା ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications