କୁମ୍ଭମେଳା ପାଇଁ ଗଡିବ ୭ ସ୍ପେଶାଲ ଟ୍ରେନ, ଘୋଷଣା କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ କୁମ୍ଭମେଳା ପାଇଁ ୭ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର-ତୁନ୍ଦଲା-ଭୁବନେଶ୍ୱର କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲା ଦେଇ ଯିବ। ସେହିପରି ପୁରୀ-ତୁନ୍ଦଲା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଦେଇ ଚଳାଚଳ କରିବ। ଟିଟିଲାଗଡ଼଼ା-ତୁନ୍ଦଲା-ଟିଟିଲାଗଡ଼଼ କୁମ୍ଭମେଳା ସ୍ୱତନ୍ତ୍ର ଏକ୍ସପ୍ରେସ ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଦେଇ ଯିବାକୁ ଥିବାବେଳେ ବିଶାଖାପାଟଣା-ଡିୟୁ-ବିଶାଖାପାଟଣା ସ୍ୱତନ୍ତ୍ରଟ୍ରେନ ରାୟଗଡ଼଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇଯିବ।

ସେହପରି ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯିବାକୁ ଥିବାବେଳେ ତିରୁପତି-ବନାରସ-ତିରୁପତି କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ରାୟଗଡ଼଼ା, ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଦେଇଯିବ। ଏନଏସ-ବନାରସ-ଏନଏସ କୁମ୍ଭମେଳା ସ୍ୱତନ୍ତ୍ର ଟ୍ରେନ ରାୟଗଡ଼଼ା, ବଲାଙ୍ଗିର, ବରଗଡ଼଼, ସମ୍ବଲପୁର, ଝାରସୁଗୁଡ଼ା ରାଉରକେଲା ଦେଇଯିବ ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

train

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁମ୍ଭମେଳା ପାଇଁ ସ୍ଵତନ୍ତ୍ର ବସର ଆଜି ଶୁଭାରମ୍ଭ କରିଛନ୍ତି। ଏହି ସ୍ୱତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବସରେ ଓଡ଼ିଶାରୁ ସିଧା ପ୍ରୟାଗରାଜ ଯିବାର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ମାର୍ଗ ପାଇଁ ୨ଟି ଲେଖାଏଁ ବସ୍ ରହିଛି। ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+