ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍ ମରାମତି ; ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ
ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍ ମରାମତି । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ସୂଚନା। ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ ନେଇ ରେଲୱେ ବିଭାଗ ପକ୍ଷରୁ ସୂଚନା।
କଟକରେ ଟ୍ରେନ ଦୁର୍ଘଟଣାଗସ୍ତ ହେବା ପରେ ଯାତ୍ରୀମାନେ ବାହାରକୁ ବାହାରି ବୁଲୁଥିବାର ଦୃଶ୍ୟ ପ୍ରଥମେ ସାମ୍ନାକୁ ଆସିଥିଲା। ଯାହା ଦେଖିଲେ, ଲାଗୁଥିଲା ସେପରି କିଛି ବଡ଼ ଅଘଟଣ ଘଟିନି। କିନ୍ତୁ ପରେ ସାମ୍ନାକୁ ଆସିଥିଲା ବାସ୍ତବ ଚିତ୍ର। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଜଣଙ୍କ ପରେ ଜଣେ ଆହତଙ୍କୁ ଷ୍ଟ୍ରେଚର ସହାୟତାରେ ବାହାରକୁ ଅଣାଯାଇଥିଲା। ଆଉ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ଆହତଙ୍କୁ ମେଡିକାଲ ନିଆଯାଇଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ହେଲେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି। ମୃତକ ପଶ୍ଚିମବଙ୍ଗର ଶୁଭଙ୍କର ରୟ ବୋଲି ସୂଚନା ମିଳିଛି। ମୋଟ୍ ଉପରେ ୧୫ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମଳିଛି ।

୨୦୨୩ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୬ ଲୋକଙ୍କ ଜୀବନ ଯାଇଥିଲା। ରାତି ଯୋଗୁ ଉଦ୍ଧାର କାର୍ଯ୍ୟ ଠିକ୍ ଭାବେ ହୋଇପାରିନଥିଲା। କିନ୍ତୁ କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା ଦିନରେ ହୋଇଥିବାରୁ ରେସକ୍ୟୁ ଅପରେସନରେ କୌଣସି ବାଧା ନଥିଲା। ସ୍ପଷ୍ଟ ଆଲୋକ ଯୋଗୁ ଆହତ ଯାତ୍ରୀଙ୍କୁ ବଗିରୁ ଉଦ୍ଧାର କରିବା ସହଜ ହୋଇଥିଲା। ତେବେ ଆହତମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତଙ୍କର ଚିକିତ୍ସାରେ ଯେପରି କୌଣସି ଅବହେଳା ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ମୃତକ ହେଲେ କୋଲକାତାର 23 ବର୍ଷୀୟ ଶୁଭଙ୍କର ରୟ । ପୂର୍ବତଟ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।
କୋଲକାତା ଦକ୍ଷିଣ-ପୂର୍ବ ସର୍କଲ (South Eastern Circle) ରେଳ ସୁରକ୍ଷା ଆୟୁକ୍ତ (Commissioner of Railway Safety) ବ୍ରିଜେଶ କୁମାର ମିଶ୍ର, ବେଙ୍ଗାଲୁରୁ-କାମାକ୍ଷାନଗର ଏସି ଏସଏଫ ଏକ୍ସପ୍ରେସର ଲାଇନଚ୍ୟୁତ ଘଟଣାରେ ତଦନ୍ତ କରିବେ । କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା ତାହା ଜାଣିବା ପାଇଁ ସିଆରଏସ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବେ । CRS ଏହି ଘଟଣାରେ ଏକ ବିଧିବଦ୍ଧ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବେ । ସେହିପରି ଟ୍ରେନ ଲାଇନଚ୍ୟୁତ ଓ ଏହା ସହିତ ଜଡିତ ବିଷୟ ଜାଣିଥିବା ଏବଂ ପ୍ରମାଣ ଦେବାକୁ ଚାହୁଁଥିବା ଯେକୌଣସି ଜନସାଧାରଣ ୦୧.୦୪.୨୦୨୫ ଏବଂ ୦୨.୦୪.୨୦୨୫ ରେ ଜଟଣୀ (ଖୋର୍ଦ୍ଧା ରୋଡ୍) ର DRM/ଖୋର୍ଦ୍ଧା ରୋଡ୍ ଡିଭିଜନର କାର୍ଯ୍ୟାଳୟରେ ଏହା କରିପାରିବେ। ଲାଇନଚ୍ୟୁତ ସମ୍ପର୍କରେ ଜାଣିଥିବା ଜନସାଧାରଣ "ରେଳ ସୁରକ୍ଷା ଆୟୁକ୍ତ, ସାଉଥ୍ ଇଷ୍ଟର୍ଣ୍ଣ ସର୍କଲ, ୧୪, ଷ୍ଟ୍ରାଣ୍ଡ ରୋଡ୍, ୧୨ ଫ୍ଲୋର, କୋଇଲାଘାଟ ଷ୍ଟ୍ରିଟ୍, କୋଲକାତା-୭୦୦୦୦୧" ଠିକଣାରେ ଜଣାଇପାରିବେ ।












Click it and Unblock the Notifications