କଟକ ନିର୍ଗୁଣ୍ଡି ଷ୍ଟେସନ୍‌ରେ ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ

ସରିଲା ମରାମତି, ଗଡ଼ିଲା ଟ୍ରେନ୍। କଟକ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରାକ୍ ମରାମତି କାମ ସରିବା ପରେ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍ । ଏବେ ସେଠାରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ଦୀର୍ଘ ଘଣ୍ଟା ପରେ ଟ୍ରାକ୍ ମରାମତି କାମ ଶେଷ ହେବା ପରେ ସ୍ବାଭାବିକ ହୋଇଛି ଚଳାଚଳ । ଟ୍ରାକ୍ ମରାମତି କାମରେ ନିୟୋଜିତ ହୋଇଥିଲେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ । ୪ଟି ଜେସିବି ମଧ୍ୟ ଲାଗିଥିଲା ।

track repair work

ସେପଟେ ଆରମ୍ଭ ହେଲା ଦୁର୍ଘଟଣାର କାରଣ ଖୋଜା । ଦୁର୍ଘଟଣାର ତଦନ୍ତ କରୁଛନ୍ତି କମିଶନର ଅଫ ରେଲୱେ ସେଫ୍‌ଟି ଅଧିକାରୀ । ନିର୍ଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ବ୍ରିଜେସ କୁମାର ମିଶ୍ର । କାହିଁକି ଦୁର୍ଘଟଣା ଘଟିଲା? ଦୁର୍ଘଟଣା ପଛର କାରଣ କଣ ? ଟ୍ରେନ କାହିଁକି ଲାଇନଚ୍ୟୁତ ହେଲା ? ତାର କାରଣ ଖୋଜିଛନ୍ତି ସିଆରଏସ୍‌ ଅଧିକାରୀ । କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ ଅଫିସର ଯାଇ ତଥ୍ୟ ରଖିପାରିବେ । ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫ୍‌ଟି କୁ ମଧ୍ୟ ଚିଠି ଲେଖି ଜଣାଇପାରିବେ। ଗତକାଲି ଟ୍ରାକ୍‌ରୁ ଖସିଥିଲା ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+