ଆସନ୍ତା ୭ରେ କଟକ ରେଳ ଷ୍ଟେସନ ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନ ଉଦଘାଟନ କରିବେ ରେଳ ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୭ ଡିସେମ୍ବର ୨୦୨୪ ରେ ଓଡ଼ିଶା ଗସ୍ତ ସମୟରେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ନୂତନ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ।

କଟକ ଷ୍ଟେସନଠାରେ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦ୍ଘାଟନ ଯାତ୍ରୀଙ୍କ ଯାତାୟତରେ ସୁବିଧା ଏବଂ ନିରାପତ୍ତାରେ ସହାୟକ ହେବ । ଓଡିଶାରେ ରେଳ ଭିତ୍ତିଭୂମି ବିକାଶରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଯାହାକି ବିଶ୍ୱ ସ୍ତରୀୟ ରେଳ ନେଟୱାର୍କ ନିର୍ମାଣର ଦୃଷ୍ଟିକୋଣ ସହିତ ସମାନ ଅଟେ ।












Click it and Unblock the Notifications