ବାତ୍ୟା ‘ଦାନା'ର ମୁକାବିଲା ନେଇ ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ , ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନଂ ଜାରି

ବାତ୍ୟା ଦାନା ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ଗୁରୁବାର ରାତି ଓ ଶୁକ୍ରବାର ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା 'ଦାନା'ର ମୁକାବିଲା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଭର୍ଚୁଆଲ୍‌ ମାଧ୍ୟମରେ ପୂର୍ବତଟ ଓ ଦକ୍ଷିଣପୂର୍ବ ରେଳପଥର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ଯାତ୍ରୀଙ୍କ ସୁରକ୍ଷା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ବାରୋପ କରିଛନ୍ତି। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରେଲୱେ ବୋର୍ଡ ଅଧ୍ୟକ୍ଷ, ସିଇଓ, ସମସ୍ତ ସଦସ୍ୟ, ପୂର୍ବତଟ ଓ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକ, ଖଡ଼ଗପୁର, ଚକ୍ରଧରପୁର, ଅାଦ୍ରା ଓ ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ର ଡିଭିଜନାଲ ରେଲୱେ ମ୍ୟାନେଜର ପ୍ରମୁଖ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ଓ କଲିକତା ମୁଖ୍ୟାଳୟ ସମେତ ରେଳମଣ୍ଡଳ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ୱାର୍‌ରୁମ୍‌ ଖୋଲାଯାଇଛି। ଇଞ୍ଜିନିୟରିଂ, ଏସ୍‌ ଆଣ୍ଡ୍‌ ଟି, ଅପରେଟିଂ, କର୍ମସିଆଲ ଓ ଆରପିଏଫ୍‌ର ଅଧିକାରୀମାନେ ସଜାଗ ହୋଇ ରହିଛନ୍ତି। ୱାର୍‌ରୁମ୍‌/ଜରୁରିକାଳୀନ ରୁମ୍‌ଗୁଡ଼ିକ ୨୦ଟି ସାଟେଲାଇଟ୍‌ ଫୋନ୍‌ ଦ୍ବାରା ପରିଚାଳିତ ହେଉଛି। ଭାରତୀୟ ପାଣିପାଗ ବିଭାଗ ସହ ଯୋଗାଯୋଗ ରକ୍ଷା କରି ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଟ୍ରାକ୍‌ଗୁଡ଼ିକର ମରାମତି, ସିଗନାଲିଂ ବ୍ୟବସ୍ଥା, ବିଦ୍ୟୁତୀକରଣ ମରାମତି ପାଇଁ ସୋର, ଜଳେଶ୍ବର ପରି ଷ୍ଟେସନରେ କର୍ମଚାରୀ ସଜାଗ ରହିଛନ୍ତି। ୬୦୦ରୁ ଅଧିକ କର୍ମଚାରୀମାନେ ବିଭିନ୍ନ ଅତ୍ୟାଧୁନିକ ସରଞ୍ଜାମ ସହ ନିୟୋଜିତ ହୋଇଛନ୍ତି। ରିଲିଫ୍‌ ପରିବହନ ପାଇଁ ୬ରୁ ୭ଟି କୋଚ୍‌କୁ ଖଡ଼ଗପୁରଠାରେ ପ୍ରସ୍ତୁତ ରଖାଯାଇଛି।

Railway Minister Ashwini Vaishnav

ଉପକୂଳବର୍ତ୍ତୀ ଜିଲ୍ଲାକୁ ରେଡ୍‌ ଆଲଟ୍‌ ହୋଇଥିବାରୁ ଭୁବନେଶ୍ବର ଓ ବିଶାଖାପାଟଣା କରିଡର୍‌ର ସମସ୍ତ ଷ୍ଟେସନରେ ହାଇଆଲର୍ଟ ଜାରି ହୋଇଛି। ଖଡ଼ଗପୁର-ପନସୁକୁରା ସେକ୍ସନ, ଖଡ଼ଗପୁର-ଭଦ୍ରକ ‌ସେକ୍ସନ, ତାମଲୁକ-ହଳଦିଆ ସେକ୍ସନ ଓ ତାମଲୁକ-ଦୀଘା ସେକ୍ସନରେ ବିକଳ୍ପ ଭାବେ ଡିଜି ପାୱାର୍‌ ବ୍ୟବସ୍ଥା ହୋଇଛି। ପ୍ରମୁଖ ଷ୍ଟେସନରେ ଲାଗିଥିବା ହୋଡିଂଗୁଡ଼ିକୁ ହଟାଇ ଦିଆଯାଇଛି। କ୍ଲୋରିନ୍‌ ବଟିକା, ବ୍ଲିଚିଂ ଓ ଅନ୍ୟାନ୍ୟ ଜରୁରୀ ମେଡିସିନ୍‌ ସହ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ଷ୍ଟେସନରେ ପ୍ରସ୍ତୁତ କରି ରଖାଯାଇଛି। ରେଳ କଲୋନିରେ ପାନୀୟ ଜଳ ସୁବିଧା ଉପଲବ୍ଧ କରାଯାଇଥିବା ଅଧିକାରୀମାନେ ରେଳମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଟ୍ରେନ ଚଳାଚଳ ସମ୍ପର୍କରେ ଯାତ୍ରୀମାନେ ଜାଣିବା ପାଇଁ ରେଳ ବିଭାଗ ପକ୍ଷରୁ ହେଲପଲାଇନ ନଂ ଜାରି କରାଯାଇଛି।

ଭୁବନେଶ୍ବର : 8114382371

ପୁରୀ : 8926100356

କଟକ : 8114382359

ଖୋର୍ଦ୍ଧା : 8926100215, 8114382349

ପାରାଦୀପ : 8114388302

ଯାଜପୁର - କେନ୍ଦୁଝରଗଡ : 8114382342

ଭଦ୍ରକ : 8114382301

ପଲାସା : 8114382319

ବ୍ରହ୍ମପୁର : 8114382340

ସମ୍ବଲପୁର ଷ୍ଟେସନ : 8249999674

ସମ୍ବଲପୁର ସିଟି ଷ୍ଟେସନ : 9437386759

ଟିଟିଲାଗଡ ଷ୍ଟେସନ : 8280131465

ବିଶାଖାପଟନମ୍‌ : 0891-2746330; 0891-2744619; 8712641255; 7780787054

ବିଜୟାନଗରମ : 08922-221202; 8712641260.

ଶ୍ରୀକାକୁଲମ ରୋଡ : 08942-286213; 08942-286245

ଦୁଭାଡା : 8500358524

ରାୟଗଡା : 06856223400, 9439741071

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+