ଓଡ଼ିଶାର ଏହି ଦୁଇ ଜିଲ୍ଲାରେ ନିର୍ମାଣ ହେବ ରେଳ ଫ୍ଲାଏ ଓଭର, ରେଳ ମନ୍ତ୍ରଣାଳୟରୁ ଅନୁମୋଦନ କଲା ୫୦୯ କୋଟି ଟଙ୍କା

ଭୁବନେଶ୍ବର : ରେଳ ମନ୍ତ୍ରଣାଳୟ ପକ୍ଷରୁ କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ସୂଚନା ଦେଇଛନ୍ତି। ଏହା ଦ୍ବାରା ରେଳ ଲାଇନଗୁଡିକରେ ଯାତାୟାତ ସମସ୍ୟା ଦୂର ହୋଇପାରିବ।

ରେଳବାଇ ଏହାର ବ୍ୟାପକ ଶକ୍ତି, ମିନେରାଲ୍ ଆଣ୍ଡ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ଭାବରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁର କରିଛି, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ଅସୁବିଧା ଦୂର କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଓଡ଼ିଶା ଗସ୍ତ ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଦୁଇଟି ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅନୁମୋଦନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

ashwini vaishnaw

କଟକ ଜିଲ୍ଲାରେ ୧୦.୮୯ କିମି ଦୈର୍ଘ୍ୟ ରେଳ ଫ୍ଲାଏଓଭର ନିର୍ମାଣ ହେବ। ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୧୦.୮୯ କିଲୋମିଟର ରେଳ ଫ୍ଲାଏ ଓଭର ନିର୍ମାଣ ଅନ୍ତର୍ଭୁକ୍ତ | ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରିବା ସହ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରିବ । ଏହି ପ୍ରକଳ୍ପ ପାଇଁ ୨୬୮.୯୨ କୋଟି ଟଙ୍କା ମଂଜୁର କରାଯାଇଅଛି |

ସେହିପରି ରାୟାଗଡା ଜିଲ୍ଲାର ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୩୯.୮୩ କୋଟି ଟଙ୍କା ଅନୁମୋଦନ କରାଯାଇଛି। ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ। ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ହୋଇପାରିବ। କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ମଧ୍ୟ ଏଡାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+