ରେଳ ପାଇଁ ଓଡ଼ିଶାର ଦାବି ୮୪୦୦ କୋଟି ବଜେଟ୍
କେନ୍ଦ୍ରର ନୂଆ ବଜେଟରେ ଓଡ଼ିଶା ସରକାର ରେଳବାଇ ବିକାଶ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି ।

ବଜେଟ୍ 2023-24: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ତେବେ ଚଳିତ ବର୍ଷର ବଜେଟ୍ ଉପରେ ରହିଛି ବିଶ୍ୱର ନଜର ଏବଂ ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆଗକୁ ରହିଛି ଲୋକସଭା ନିର୍ବାଚନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ୍ ।
ତେବେ କେନ୍ଦ୍ରର ନୂଆ ବଜେଟରେ ଓଡ଼ିଶା ସରକାର ରେଳବାଇ ବିକାଶ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳବାଇ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରସରକାର ୯୭୩୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡ଼ିଶା ସରକରାଙ୍କ ପରିବହନ ବିଭାଗ ରେଳବାଇ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ତ ସହ ଦେଶର ସାମଗ୍ରିକ ସ୍ଥିତିର ଉଦାହରଣ ଦେବା ସହ ଆବଶ୍ୟକ ପରିମାଣର ପର୍ଯ୍ୟାପ୍ତ ପାଣ୍ଠି ରାଜ୍ୟର ରେଳ ଭତ୍ତିଭୂମି ବିକାଶ ପାଇଁ ଦାବି କରିଛନ୍ତି ।
ପ୍ରତିବର୍ଷ ଭାରତୀୟ ରେଳବାଇ ଓଡ଼ିଶାରୁ ୨୦ ହଜାର କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରୁଛି । ହେଲେ ଜାତୀୟ ହାର ତୁଳନାରେ ଓଡ଼ିଶାରେ ରେଳ ସାନ୍ଧ୍ରତା ଖୁବ୍ କମ ରହିଛି । ରେଳ ସାନ୍ଧ୍ରତାର ଜାତୀୟ ହାର ୨୧ ରହିଥିବା ବେଳେ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ରେ ରହିଛି । ହେଲେ ପଶ୍ଚିମବଙ୍ଗ ହାରାହାରି ୪୮ ଏବଂ ଝାଡ଼ଖଣ୍ତରେ ୩୩ ଅଛି ତେବେ ରାଜ୍ୟର ରେଳ ନେଟୱାର୍କରେ ବିକାଶ ପାଇଁ ପଡୋଶୀ ରାଜ୍ୟ ସହ ରେଳ ସାନ୍ଧ୍ରତା ହାର ସମାନ ରହିବା ଆବଶ୍ୟକ । ତେବେ ଚଳିତ ବର୍ଷ ଅର୍ଥାତ୍ ୨୦୨୩-୨୪ ବଜେଟରେ ରେଳବାଇ ବିକାଶ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କାର ବ୍ୟବବରଦ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦାବି ରହିଛି ।












Click it and Unblock the Notifications