ଖସିଲା ମାଟି ଅତଡା, ୩ ଦିନ ହେଲା ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଖସିଲା ମାଟି ଅତଡା । ରେଳ ଚଳାଚଳ ବାଧାପ୍ରାପ୍ତ । ମାଟି ଅତଡ଼ା ଖସିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି । ୩ ଦିନ ହେବ ଠିକ୍ ଭାବରେ ଯା-ଆସ କରିପାରୁନି ଟ୍ରେନ । କୋତାବାଲସା ଠାରୁ କିରଣ୍ଡୁଲ ମଧ୍ୟରେ ୮ଟି ଯାତ୍ରୀବାହୀ ଟ୍ରେନ୍ ସହ ଅନେକ ମାଲଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି । ତଥାପି ମାଟି ଅତଡା ହଟାଇବାକୁ ଆହୁରି ଦୁଇ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି ।
ରେଳ ଚଳାଚଳ ବାଧାପ୍ରାପ୍ତ କାରଣରୁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମାଲଗାଡି ଚଳାଚଳ ବନ୍ଦ ଥିବାରୁ ରେଳ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ହୀରାଖଣ୍ଡ ସମେତ ଆଉ କିଛି ଟ୍ରେନ ଜୟପୁର ନଆସି କୋରାପୁଟରୁ ଫେରିଯାଉଛି ।
ସୂଚନା ଅନୁସାରେ, କୋରାପୁଟ ମାବାରରରୁ ଜରଟି ଷ୍ଟେସନ ମଧ୍ୟରେ ଥିବା ପାହାଡ଼ରୁ ରବିବାର ସକାଳେ ହଠାତ୍ ମାଟି ଅତଡ଼ା ଏବଂ ପଥର ଖସିଥିଲା । ଯାହାଫଳରେ ଟ୍ରେନ୍ ଚଳାଚଳା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଉଭୟ ମାଟି ଓ ପଥର ରେଳଓ୍ୱେ ଟ୍ରାକରେ ପଡିରହିଥିଲା । ଏହାର ପ୍ରଭାବରେ ନିକଟସ୍ଥ ଷ୍ଟେସନରେ ମଧ୍ୟ ପଡିଛି । କିଛି ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଥିବା ଜଣାପଡିଛି ।
କିଛିଦିନ ତଳେ ହମସଫର ଏକ୍ସପ୍ରେସରେ ନିଆଁ ଲାଗିଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗନଗର ହୁମସାଫର ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।












Click it and Unblock the Notifications