ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଚଢାଉ, କ୍ରାଇମବ୍ରାଞ୍ଚ, EOW ଓ ଏସ୍ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ
ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍ଫେର୍ ହୋଇଛି। ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର କ୍ରାଇମବ୍ରାଞ୍ଚ ସ୍କାନରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜା ଚକ୍ରଙ୍କ ୩ଟି ଠିକଣାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍ଟିଏଫ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି।

ଏହି ଚଢାଉ ବଣାଇ, ଗୋପାଳପୁର ବନ୍ଦର ଏବଂ କେନ୍ଦୁଝର ଟାଉନରେ ହୋଇଛି। ଅନ୍ୟପକ୍ଷେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ଶୁଣାଣି ରହିଛି। ରାଜାଙ୍କ ଅନ୍ତରୀଣ ସୁରକ୍ଷା ହଟାଇବାକୁ EOW ପ୍ରମାଣପତ୍ର ଦାଖଲ କରିବ।
ସୂଚନା ଯୋଗ୍ୟ, ଏହି ମାମଲାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍ଟିଏଫ୍ ଗତ ମଙ୍ଗଳବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ ପଏଣ୍ଟରେ ରେଡ୍ କରାଯାଇଥିଲା। ସେତିକିବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଟଙ୍କା ହେର୍ଫେର୍ ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।












Click it and Unblock the Notifications