For Quick Alerts
Turn On Notification  
For Daily Alerts
Oneindia App Download

ପଦ୍ମପୁରରେ ରେଡ୍ ରାଜନୀତି: ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ଚଢାଉ

ପଦ୍ମପୁର ପଲିଟିକ୍ସରେ ଏବେ ଆରମ୍ଭ ହୋଇଛି ରେଡ୍ ରାଜନୀତି । ସକାଳେ ଆୟକର ବିଭାଗ ଆଉ ସନ୍ଧ୍ୟାରେ ଜିଏସଟି ଚଢାଉ । ସୋମବାର ସକାଳୁ ସକାଳୁ ପଦ୍ମପୁରର ତିନୋଟି ସ୍ଥାନରେ ଆୟକର ବିଭାଗର ଚଢାଉ କରିଥିବା ବେଳେ ସନ୍ଧ୍ୟାରେ ଏକ ଲୁଗା ଦୋକାନ ଉପରେ ଜିଏସଟି ଚଢାଉ କରାଯାଇଛି ।

|

ବରଗଡ଼: ପଦ୍ମପୁର ପଲିଟିକ୍ସରେ ଏବେ ଆରମ୍ଭ ହୋଇଛି ରେଡ୍ ରାଜନୀତି । ସକାଳେ ଆୟକର ବିଭାଗ ଆଉ ସନ୍ଧ୍ୟାରେ ଜିଏସଟି ଚଢାଉ । ସୋମବାର ସକାଳୁ ସକାଳୁ ପଦ୍ମପୁରର ତିନୋଟି ସ୍ଥାନରେ ଆୟକର ବିଭାଗର ଚଢାଉ କରିଥିବା ବେଳେ ସନ୍ଧ୍ୟାରେ ଏକ ଲୁଗା ଦୋକାନ ଉପରେ ଜିଏସଟି ଚଢାଉ କରାଯାଇଛି । ତେବେ ଆଜି ସକାଳେ ଆଇଟି ରେଡ୍ ହୋଇଥିବା 3 ବ୍ୟବସାୟୀଙ୍କୁ ବିଜେଡି଼ ନେତା କୁହାଯାଉଥିବା ବେଳେ ସଂନ୍ଧ୍ୟାରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲଙ୍କ ଲୁଗା ଦୋକାନ ଉପରେ ଜିଏସଟି ବିଭାଗ ଚଢାଉ କରିଛି । ଫଳରେ ପଦ୍ମପୁରରେ ଏବେ ରାଜନେତିକ ମାହୋଲ ସରଗରମ ହୋଇ ଉଠିଛି । ଉପନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆୟକର ବିଭାଗ ସକ୍ରିୟ ହେବା ଏବଂ ରେଡ୍ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

Raid Politics in Padmapur

ମିଳିଥିବା ସୂଚନା ଅନୁସାରେ, ଟିକସ ଫାଙ୍କିବା ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼, ପଦ୍ମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ ଜାରି ରହିଛି । ପଦ୍ମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍। ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ ମଧ୍ୟ ରେଡ୍ । ସେହିପରି ସୁନୀଲ ଅଗ୍ରୱାଲଙ୍କ ପଦମପୁର ଜଗଦମ୍ବା କ୍ଲଥ ଷ୍ଟୋରରେ ରେଡ୍ । ବରଗଡ଼ ସହରରେ ଥିବା ସୁନୀଲଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ପୁତୁରା ହେୁଛନ୍ତି ସୁନୀଲ । ରାଜେଶ ସାହୁଙ୍କ ବରେଇକେଲ ଗ୍ୟାସ ଏଜେନ୍ସିରେ ଚଢ଼ାଉ । ରାଜ୍ୟ ଜିଏସଟି ଅଧିକାରୀମାନେ ଚଢ଼ାଉରେ ସାମିଲ ଅଛନ୍ତି । ଏହି ସବୁ ସ୍ଥାନରେ ଜିଏସଟି ଅଧିକାରୀ ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ପଦ୍ମପୁରର ୩ ବ୍ୟବସାୟୀଙ୍କ ଘର ଉପରେ ରେଡ୍ କରିଥିଲା ଆୟକର ବିଭାଗ । ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଥିଲା ।

ତେବେ ଆଇଟି ରେଡ ପରେ ପ୍ରତିକ୍ରିୟା ରଖିତିଲା ବିଜେପି । କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି ବୋଲି ବିଜେପି ନେତା କହିଥିବା ବେଳେ ଭୟଭୀତ କରିବାକୁ ରେଡ କରାଯାଉଛି ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Raid Politics in Padmapur: Income Tax Raid in Morning and GST Raid in Evening
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X