କୁଳଡ଼ିହା ଅଭୟାରଣ୍ୟରେ ଚଢ଼ାଉ; ୫ ବନ୍ଧୁକ ସହ ୬ ଶିକାରୀ ଗିରଫ
ଭୁବନେଶ୍ୱର: କୁଳଡ଼ିହା ଅଭୟାରଣ୍ୟରେ ଚଢ଼ାଉ । ୬ ଶିକାରୀ ଗିରଫ । ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ଚଢ଼ାଉ । ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ୬ ଶିକାରୀ ଗିରଫ ସହ ୬ଟି ବନ୍ଧୁକ ଜବତ ।

କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏହା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଶିକାରୀଙ୍କ ବିରୋଧରେ ଚାଲିଥିବା କମ୍ୱିଂ ଅପରେସନ ଆଗକୁ ବି ଜାରି ରହିବ ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ । ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ ଶିକାରୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ । ୩ ଜଣ ବନ କର୍ମଚାରୀ ଏଥିରେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।












Click it and Unblock the Notifications