ଆଜି ବି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ରେଡ୍ ଜାରି
Odisha News: ଆଜି ମଧ୍ୟ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ ଜାରି ରହିଛି ।ତେବେ ଆଜି ହେଉଛି ଦ୍ୱିତୀୟ ଦିନ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ରେଡ୍ । ସୂଚନା ଅନୁସାରେ, ସମ୍ବଲପୁର ଦାନିପାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ବିଶ୍ୱ ଏନଜିଓର ଫାଉଣ୍ତର ହେଉଛନ୍ତି ପ୍ରମିଳା ମଲ୍ଲିକ ଭାଇ ।
ସୂଚନାଥାଉ ଯେ,ଗତକାଲି ଇଡି ପକ୍ଷରୁ ବଡ଼ ଧରଣରୁ ରେଡ୍ କରାଯାଇଥିଲା । ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଥିଲା । ଏକାଧିକ ବ୍ୟାଙ୍କରୁ ଟଙ୍କା ନେଇଥିଲେ କ୍ଷିରୋଦ । ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି ପ୍ରମିଳା ମଲ୍ଲିକ ।

Bharat integrated social welfare agency ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ ସ୍ୱର୍ଗତ କ୍ଷୀରୋଦ। ଇଡି ରେଡ୍ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।












Click it and Unblock the Notifications