ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢଉ: ବାସଭବନ ସହ ଅନ୍ୟ ୭ଟି ସ୍ଥାନରେ ଚଢଉ

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଚଢଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଢେଙ୍କାନାଳ ବାସଭବନ ସହ ଅନ୍ୟ ୭ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସର ଏକାଧିକ ଟିମ୍ । ତେବେ ଢେଙ୍କାନାଳ ସ୍ଥିତ ଘରେ ଚଢଉ ସମୟରେ ଭିଜିଲାନ୍ସ ଟିମକୁ ଏଭଳି ଏକ ଜାଗାରୁ ଟଙ୍କା ମିଳିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ସବୁ ଘର ତନଖି କରୁଥିବାବେଳେ ୱାସ୍ ରୁମରେ ବି ଖୋଜାଖୋଜି କରିଥିଲେ ଅଧିକାରୀ । ତାଙ୍କୁ ପାଇଖାନା ଫ୍ଲସ୍ ଭିତରୁ ୫୦୦ଟଙ୍କିଆ ବିଡା ସବୁ ବାହାରିଥିଲା । ଚଢଉ ଭୟରେ ରେଞ୍ଜର ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଇଥିବା କୁହାଯାଇଛି ।

କେବଳ ଏତିକି ନୁହେଁ ଏଯାଏଁ ହୋଇଥିବା ଚଢଉ ଭିତରେ ତାଙ୍କର ଅଟ୍ଟାଳିକା ପରି ଘର, ବିଶାଳ ଫାର୍ମ ହାଉସ୍ । ବଣ୍ୟପ୍ରାଣୀଙ୍କୁ ରଖିବାକୁ ସ୍ୱତନ୍ତ୍ର କେଜ୍ ସବୁ ଠାବ କରାଯାଇଛି ।ତାଙ୍କ ଘରୁ ଦାମୀ ଘଣ୍ଟାର କଲେକ୍ସନ୍ ମଧ୍ୟ ଦେଖିବାକୁ ମିଳିଛି । ଏବେବି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।

raid at Dhenkanal Sadar

ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୭ ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌, ୬ ଇନ୍ସପେକ୍ଟର, ୬ ଏଏସ୍‌ଆଇ, ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। କଟକ ସ୍ବତନ୍ତ୍ର ଜଜ୍‌ ଭିଜିଲାନ୍ସଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଛି। ଢେଙ୍କାନାଳ ସହର ରତନ ବଜାରଠାରେ ପ୍ଲଟ୍‌ ନମ୍ବର ୩୧୬/୬୦୩୪ରେ ଥିବା ୩ ମହଲା ଘର ଓ ପ୍ଲଟ୍‌ ନମ୍ବର ୩୧୬ / ୬୫୪୦/ ୧୦୬୩୮ରେ ଥିବା ୨ ମହଲା ଘର, କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାହାଁଗୋଳଠାରେ ଥିବା ଫାର୍ମ ହାଉସ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବ୍ରିନ୍ଦା ବସେରା ଜିଜିପି କଲୋନୀଠାରେ ଥିବା ୨୦୧ ନମ୍ବର ଫ୍ଲାଟ୍‌, ଆଠଗଡ଼ ବୀରକିଶୋରପୁର ଠାରେ ଥିବା ପୈତୃକ ଘର, ଢେଙ୍କାନାଳ ସହରରେ ଥିବା ସମ୍ପର୍କୀୟଙ୍କ ଘର, ତେଙ୍କାନାଳଠାରେ ଥିବା ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ ଜାରି ରହିଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇନାହିଁ। ଚଢ଼ାଉ ସରିବା ପରେ ଏହା ଜଣାପଡ଼ିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+