ରାହୁଲଙ୍କ ବଡ ଘୋଷଣା, କେନ୍ଦ୍ରରେ ସରକାର ଗଢିଲେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା

ଆଜି ଓଡିଶା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ ଯୋଗ ଦେଇ ବଡ ଘୋଷଣା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ୫ ଐତିହାସିକ ନିଷ୍ପତ୍ତି ନେବ ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । କେନ୍ଦ୍ରରେ ସରକାର ହେଲେ, କଂଗ୍ରେସ ଗରିବ ପରିବାରକୁ ଚିହ୍ନଟ କରିବା ସହ ସେହି ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇବ । ଏହାଦ୍ୱାରା ମହିଳାଙ୍କ ଆକାଉଣ୍ଟକୁ ମାସିକ ୮୫୦୦ ଟଙ୍କା ଆସିବ ।

ସେହିଭଳି ଯୁବବର୍ଗଙ୍କୁ ଚାକିରି ପାଇଁ ଆଉ ଏଣେତେଣେ ହାତ ପତାଇବାକୁ ପଡିବନି । କାରଣ କଂଗ୍ରେସ ସରକାରକୁ ଆସିଲେ 'ପେହେଲି ନୌକରି ପକ୍କି' ଯୋଜନା ଆଣିବ ବୋଲି ଘୋଷଣା କରିଛନ୍ତି ରାହୁଲ । ଯେଉଁଥିରେ ବେରୋଜଗାର ଶିକ୍ଷିତ ଯୁବକଙ୍କୁ ମିଳିବ ଚାକିରି ଗ୍ୟାରେଣ୍ଟି । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ।

rahul gandhi

ରାହୁଲ କହିଛନ୍ତି, ମୋଦୀ ସରକାର ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ସରକାର ଆସିଲେ, କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+