ସାପ ଓ ବେଙ୍ଗ ସହ ବୋରୱେଲ୍ ଗାତରେ ୧୦୪ ଘଣ୍ଟା ବିତାଇଥିଲା ରାହୁଲ
ଅପରେସନ ରେସ୍କ୍ୟୁ ରାହୁଲ । ରେସ୍କ୍ୟୁ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍ ଗାତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି ।
ରାୟପୁର: ଅପରେସନ ରେସ୍କ୍ୟୁ ରାହୁଲ । ରେସ୍କ୍ୟୁ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍ ଗାତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ୍ ଗର୍ତ୍ତ ଭିତରୁ ଉଦ୍ଧାର କରାଯାଇଛି। ରେସ୍କ୍ୟୁ ଟିମ୍ର ଏଭଳି କାର୍ଯ୍ୟ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଅପରେସନ 'ଜିନ୍ଦେଗୀ'ର ସଫଳତା ପାଇଁ ସମସ୍ତ ରେସ୍କ୍ୟୁ ଟିମ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଦୀର୍ଘ ୫ ଦିନ କାଳ ବୋରୱେଲର ସଂକୀର୍ଣ୍ଣ ଗାତରେ ରାହୁଲ ସହ ଗୋଟିଏ ସାପ ଓ ବେଙ୍ଗ ସାଥୀ ହୋଇ ରହିଥିଲେ । ସାପ ଏବଂ ଏକ ବେଙ୍ଗ ରାହୁଲ ସହ ଥିଲେ ମଧ୍ୟ ସେ ବିଚଳିତ ହୋଇନଥିଲା। ରାହୁଲର ସାହସିକତାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି କାମନା କରିଛନ୍ତି।
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ପ୍ରଶଂସା କରି ଲେଖଛନ୍ତି, ଆମ ପିଲା ବଡ଼ ସାହସୀ। ବୋର୍ୱେଲ୍ ଭିତରେ ତା' ସହିତ ୧୦୪ ଘଣ୍ଟା କାଳ ରହିଥିଲେ ଗୋଟାଏ ସାପ ଓ ଗୋଟାଏ ବେଙ୍ଗ। ଆଜି ସମଗ୍ର ଛତିଶଗଡ଼ ଉତ୍ସବ ମୁଖରିତ। ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ଆସୁ। ଆମ ସମସ୍ତଙ୍କର ଶୁଭକାମନା। ଏହି ଅଭିଯାନରେ ସାମିଲ ହୋଇଥିବା ସବୁ ଟିମ୍କୁ ପୁଣି ଥରେ ଅଭିନନ୍ଦନ ଓ ଧନ୍ୟବାଦ।
NDRF, SDRF, ଛତିଶଗଡ଼ ପୋଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି । ଏହି ଅପରେସନ ପୁରା ଦେଶ ପାଇଁ ଏକ ମିଶାଲ। ଏଭଳି ଅପରେସନ ସଫଳ କରି ଛତିଶଗଡ଼ ଆଜି ଇତିହାସ ରଚିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଉଦ୍ଧାର ସମୟରେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, 'ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ' (ଏନ୍ଡିଆର୍ଏଫ୍) କର୍ମଚାରୀ, ସେନା ଏବଂ ସ୍ଥାନୀୟ ପୁଲିସଙ୍କ ସମେତ ପ୍ରାୟ ୫୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଘର ପାଖରେ ଖେଳୁଥିବା ବେଳେ ଗତ ଶୁକ୍ରବାର ଦିନ ୧୧ ବର୍ଷିୟ ରାହୁଲ୍ ସାହୁ ଉକ୍ତ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ ତଥା ଅଘୋଡ଼ା ବୋରୱେଲ୍ ମଧ୍ୟକୁ ଖସିପଡ଼ିଥିଲା।












Click it and Unblock the Notifications