ରାହୁଲ ଦେହରେ ହୋଇଛି ଇନଫେକ୍ସନ୍, ଦିଆଯାଉଛି ଆଣ୍ଟିବାୟୋଟିକ: ସିଡିଏମଓ ଦେଲେ ସୂଚନା

ଡାକ୍ତଖାନାରେ ଏବେ ରାହୁଲର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମେଡିକାଲ ବୁଲେଟିନ୍ ଅନୁସାରେ ରାହୁଲର ଚର୍ମର ଅନେକ ସ୍ଥାନରେ ଇନ୍ଫେକ୍ସନ୍ ହୋଇଯାଇଛି । ଲଗାତର ପାଞ୍ଚ ଦିନ ପାଣିରେ ରହିଥିବାରୁ ଦେହର କିଛି ଅଂଶରେ ବ୍ୟାକ୍ଟେରିଆ ଖେଳିଯାଇଛନ୍ତି ।

ରାୟପୁର: ରେସ୍କ୍ୟୁ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗାତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Rahul Rescue

ତେବେ ଡାକ୍ତଖାନାରେ ଏବେ ରାହୁଲର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମେଡିକାଲ ବୁଲେଟିନ୍ ଅନୁସାରେ ରାହୁଲର ଚର୍ମର ଅନେକ ସ୍ଥାନରେ ଇନ୍ଫେକ୍ସନ୍ ହୋଇଯାଇଛି । ଲଗାତର ପାଞ୍ଚ ଦିନ ପାଣିରେ ରହିଥିବାରୁ ଦେହର କିଛି ଅଂଶରେ ବ୍ୟାକ୍ଟେରିଆ ଖେଳିଯାଇଛନ୍ତି । ଫଳରେ ରାହୁଲ ଉପରେ ଏବେ ୭ ଦିନ ପର୍ଯ୍ୟନ୍ତ ନଜର ରଖାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

ଆଜି ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଡିହାଇଡ୍ରେସନ୍ ଯୋଗୁ ସୋଡିୟମ୍ ଲେବୁଲ ସାମାନ୍ୟ କମ୍ ରହିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସେ ଆଇସିୟୁରେ ରହିବେ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରେସ୍କ୍ୟୁ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗାତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ୍‌ ଗର୍ତ୍ତ ଭିତରୁ ଉଦ୍ଧାର କରାଯାଇଛି। 'ନ୍ୟାସ୍‌ନାଲ୍‌ ଡିଜା‌ଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ' (ଏନ୍‌ଡିଆର୍‌ଏଫ୍‌) କର୍ମଚାରୀ, ସେନା ଏବଂ ସ୍ଥାନୀୟ ପୁଲିସଙ୍କ ସମେତ ପ୍ରାୟ ୫୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଘର ପାଖରେ ଖେଳୁଥିବା ବେଳେ ଗତ ଶୁକ୍ରବାର ଦିନ ୧୧ ବର୍ଷିୟ ରାହୁଲ୍‌ ସାହୁ ଉକ୍ତ ୮୦ ଫୁଟ୍‌ ଗଭୀର ପରିତ୍ୟକ୍ତ ତଥା ଅଘୋଡ଼ା ବୋରୱେଲ୍‌ ମଧ୍ୟକୁ ଖସିପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+