Rahul Gandhi: ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ସାଂସଦ ରାହୁଲ ଗାନ୍ଧି । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ୱାଗତ କରାଯିବ କହିଲେ ଶରତ ।
୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି । ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି ।

ରାହୁଲ ଓଡ଼ିଶାରେ ପ୍ରବେଶ କରି ସୁନ୍ଦରଗଡ଼ରେ ରୋଡ୍ ସୋ' କରିବେ। ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ ସ୍ଵାଗତ କରାଯିବ ।
ସେ ବେଦବ୍ୟାସଠାରେ ରାତ୍ରି ଯାପନ କରିବେ। ୭ ତାରିଖ ସକାଳେ ରାଉରକେଲା, ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା କରିବେ । ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ ରାହୁଲ । ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ ।
ଗତ ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଥିଲେ ମଲ୍ଲିକାର୍ଜୁନ ଖଡ୍ଗେ । ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହୋଇ ବର୍ଷିଥିଲେ କଂଗ୍ରେସ୍ ସଭାପତି ।
ସେ ଆହୁରି କହିଥିଲେ ଯେ, ସିବିଆଇ, ଇଡି ଲଗାଇ ମଲ୍ଲିକାର୍ଜୁନ ଖଡ୍ଗେ ହୁକୁମାତି କରୁଛନ୍ତି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କରିଥିଲେ ଖଡ୍ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ ବୋଲି କହିଥିଲେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟଟି ଭୁବନେଶ୍ୱରରେ କାର୍ଯ୍ୟ କରୁଛି ।












Click it and Unblock the Notifications