୧୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ୧୬ରେ ଖଡଗେ

Rahul Gandhi will come to Odisha: ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖରଗେ । ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଏବଂ ୧୬ ତାରିଖରେ କନ୍ଧମାଳରେ ଏକ ସଭାରେ ଯୋଗ ଦେବେ ମଲ୍ଲିକାର୍ଜୁନ ଖଡଗେ । ସେହିପରି ଭୁବନେଶ୍ୱରରେ ପ୍ରେସମିଚ୍ ମଧ୍ୟ କରିବେ କଂଗ୍ରେସ ଖଡଗେ । ଆସନ୍ତାକାଲି ଭୁବନେଶ୍ୱରରେ ଜୟରାମ ରମେଶ ପ୍ରେସମିଟ୍ କରିବା ନେଇ ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ସୂଚନା ଅନୁସାରେ, ମେ ୧୫ ତାରିଖ ଦିନ ୧୧ଟା ସମୟରେ ରାହୁଲ ଗାନ୍ଧୀ ଓଡ଼ିଶା ପହଞ୍ଚିବେ । ସେ ଭୁବନେଶ୍ୱରରୁ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ଏଠାରେ ସେ ଏକା ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢାଇବା ସହ ତାଙ୍କ ପାଇଁ ପ୍ରଚାର କରିବେ । ଏହା ପରେ ସମାନ ଦିନ ସେ ଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି ।

Rahul Gandhi

ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମେ ୧୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ । ଭୁବନେଶ୍ୱରରେ ପ୍ରେସମିଟ୍ କରିବା ସହ ସେ କନ୍ଧମାଳରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ତେବେ ନିର୍ବାଚନୀ ମାହୋଲରେ ଦୁଇ ହେବି ୱେଟ୍ ନେତାଙ୍କ ଓଡ଼ିଶା ଗସ୍ତକୁ ନେଇ ବେସ ସରଗରମ ରାଜ୍ୟରେ ରାଜନୀତି ସେହିପରି କଂଗ୍ରେସ କର୍ମୀ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+