ଜାନୁଆରିରେ ଓଡ଼ିଶା ଆସିବେ ଖଡ଼ଗେ, ରାହୁଲଙ୍କ ସହ ପ୍ରିୟଙ୍କା: ଶରତ ପଟ୍ଟନାୟକ
ଭୁବନେଶ୍ୱର:୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଫୋକସ୍ କରିଛି କଂଗ୍ରେସ । ଗତକାଲି ରାଜ୍ୟ କଂଗ୍ରେସର ପ୍ରଭାରୀ ପରିବର୍ତନ ହୋଇଥିଲେ । । ଗତକାଲି ଡ଼ିସେମ୍ବର ୨୩ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଥିଲା କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।

ଆଉ ଠିକ୍ ଦିନକ ପରେ କଂଗ୍ରେସ ରାଜ୍ୟବାସିଙ୍କ ପାଇଁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦେଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ଏକ ବିଶାଳ ସମାବେଶ କରିପାରନ୍ତି କଂଗ୍ରେସର ଶୀର୍ଷସ୍ତରୀୟ ନେତା ।ନିକଟରେ ନୂଆଦିଲ୍ଲୀରେ ଓଡିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା ।
ଆଲୋଚନା ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଜାନୁଆରିରେ ଓଡିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ । ଏହାକୁ ଏଆଇସିସି ଗ୍ରହଣ କରି ଓଡିଶାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ରେ ଆୟୋଜନ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications