ନିର୍ବାଚନ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ସୂଚନା ଦେଲେ ଅଜୟ କୁମାର

ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି। କେବଳ ରାହୁଲ ନୁହନ୍ତି, ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ମେ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ କରି ରାହୁଲ ନିର୍ବାଚନୀ ପ୍ରଚାର କରିବେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

rahul gandhi

ପୂର୍ବରୁ ରାହୁଲ ଗାନ୍ଧୀ ସାଲେପୁର ଏବଂ ପରେ ବଲାଙ୍ଗିର ଆସି ଦଳ ପାଇଁ ପ୍ରଚାର କରିଛନ୍ତି। ସାଲେପୁର ସଭାରେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲା ବେଳେ କଂଗ୍ରେସର ବିଭିନ୍ନ ଯୋଜନା ବିଷୟରେ ଘୋଷଣା କରିଥିଲେ। ଏହାପରେ ବଲାଙ୍ଗୀର ସଭାରେ ଭାଜପା ଉପରେ ବର୍ଷିଥିଲେ ଏବଂ କହିଥିଲେ ଯେ, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ ।

ଏହା ସହିତ ସେ କହିଥିଲେ ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ । ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ । ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ରାହୁଲ ଗାନ୍ଧି ଦୃଢୋକ୍ତି ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+