୧୧ରେ ଓଡ଼ିଶା ଆସିବେ ରାହୁଲ
୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା।
କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ ହୋଇଛି। ୧୧ ଜୁଲାଇରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିପାରନ୍ତି ବୋଲି କୁହାଯାଉଛି। ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ; ଯେଉଁଥିରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ଦଳୀୟ ଅଧ୍ୟକ୍ଷ ।













Click it and Unblock the Notifications