Get Updates
Get notified of breaking news, exclusive insights, and must-see stories!

ରାହୁଲ ଗାନ୍ଧୀ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି, ସାରା ଦେଶରେ ପ୍ରତିବାଦ କରାଯିବ:ନରସିଂହ ମିଶ୍ର

 Narasingha Mishra

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ହେବା ପରେ ସାରା ଦେଶରେ ତେଜିଲା ରାଜନୀତି । ବିଭିନ୍ନ ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ବିକ୍ଷୋଭ ଦେଖିବା ପାଇଁ ମିଳୁଛି । ବିଧାନସଭାରେ ମଧ୍ୟ କେନ୍ଦ୍ର ଉପରେ ବର୍ଷିଲା ଓଡ଼ିଶା କଂଗ୍ରେସ । ଏହି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି, ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି । ଯାହାର ଶିକାର ରାହୁଲ ଗାନ୍ଧୀ ହୋଇଛନ୍ତି । ଗଣତନ୍ତ୍ର ଏବଂ ସମ୍ପୁର୍ଣ୍ଣ ଧ୍ୱଂସ । ସାରା ଦେଶରେ ପ୍ରତିବାଦ କରାଯିବ ଏବଂ କଂଗ୍ରେସ ଉପର ଅଦାଲତକୁ ଯିବ ଶେଷରେ ନ୍ୟାୟର ଜୟ ହେବ ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନିୟମ ସମସ୍ତଙ୍କ ପାଇଁ ସମାନ । ରାହୁଲ ଗାନ୍ଧୀ ହେଲେ ବୋଲି କ'ଣ ତାଙ୍କ ପାଇଁ ନିୟମ ବଦଳାଯିବ । ସେ ଆହୁରି ମଧ୍ୟ କହିଛନ୍ତି, ନିୟମ ଅନୁସାରେ କାର୍ଯ୍ୟ ହୋଇଛି ହେଲେ ବିନା କାରଣରେ ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି । ସେ ଉପର କୋର୍ଟ ଯାଇପାରନ୍ତି ହେଲେ ନିୟମ ଅନୁସାରେ ସଦସ୍ୟ ପଦ ରଦ୍ଦ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ସେହିପରି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ହେବା ପରେ ଝଡ଼ ସୃଷ୍ଟି ହୋଇଥିଲା । କେନ୍ଦ୍ର ବିରୋଧରେ ଗୃହ ମଧ୍ୟ ଭାଗରେ କଂଗ୍ରେସର ନାରାବାଜି ଜାରି ରଖିଥିଲା । ଗୃହରେ ହଟ୍ଟଗୋଳ ପାଇଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+