ପୁଣି ଚଳଚଞ୍ଚଳ ହେବ ରାଜଧାନୀର ଶୀତୁଆ ସକାଳ, ଖୁବଶୀଘ୍ର ଫେରୁଛି ରାହାଗିରି ଓ ସିଟି ଫେଷ୍ଟ
ପୁଣିଥରେ ଚଳଚଞ୍ଚଳ ହେବ ରାଜଧାନୀର ଶୀତୁଆ ସକାଳ । ଖୁବଶୀଘ୍ର ରାଜଧାନୀକୁ ଫେରୁଛି ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ।
ଭୁବନେଶ୍ୱର: ପୁଣିଥରେ ଚଳଚଞ୍ଚଳ ହେବ ରାଜଧାନୀର ଶୀତୁଆ ସକାଳ । ଖୁବଶୀଘ୍ର ରାଜଧାନୀକୁ ଫେରୁଛି ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ । କୋଭିଡ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇ ପାରିଥିଲା। ଏନେଇ ବିଏମସି କର୍ପୋରେସନ ବୈଠକରେ ବିଧିବଦ୍ଧ ଆଲୋଚନା କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ମୁଖ୍ୟତଃ ରାସ୍ତା ମଝିର ମେଡିଆନ, ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଛି । ସବୁ ପ୍ରାଚୀରରେ କିଭଳି ରଙ୍ଗୀନ ଚିତ୍ରରେ ଚିତ୍ରିତ କରାଯିବ ଏଥିପାଇଁ ରାଜଧାନିବାସୀଙ୍କ ମତାମତ ସଂଗ୍ରହ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବର କାନ୍ଥକୁ ଚିତ୍ରିତ କରିବାକୁ ଅଭିଜ୍ଞ ତଥା କୁଶଳୀ ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ବିଶ୍ୱକପ ସମୟରେ ଲୋକଙ୍କ ଭିଡ଼ ସମ୍ଭାବନା ଥିବାରୁ ପରିମଳ ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ଇ ଟଏଲେଟ ଓ ପବ୍ଲିକ ଟଏଲେଟ ନିର୍ମାଣ ଓ ମରାମତି କରାଯାଉଛି । ଯାହା ଦ୍ୱାରା ଯେମିତି କେହି ରାସ୍ତାକଡ଼ରେ ପରିସ୍ରା କିମ୍ବା ମଳତ୍ୟାଗ ନ କରନ୍ତି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ଭୁବନେଶ୍ୱର ମେୟର।












Click it and Unblock the Notifications