ରଘୁନନ୍ଦନଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ

ରଘୁନନ୍ଦନଙ୍କୁ ମିଳିଲା ଆଗୁଆ ଜାମିନ । ବିବାଦରେ ଫସିଥିବା ବିଜେଡି ନେତା ରଘୁନନ୍ଦନ ଦାସଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକେର୍ଟରୁ ରଘୁନନ୍ଦନଙ୍କୁ ଆଗୁଆ ଜାମିନ ମିଳଛି । ଜଣେ ମହିଳା ଖବରଦାତାଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ରଘୁନନ୍ଦନଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ନେଇ ପୋଲିସ ରଘୁନନ୍ଦନଙ୍କ ଘରକୁ ଯାଇ ଘଟଣାର ଯାଞ୍ଚ କରିଥିଲା । ଗିରଫ ଭୟରେ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

raghunandan das

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+