Get Updates
Get notified of breaking news, exclusive insights, and must-see stories!

Raghubar Das: ଇସ୍ତଫା ପରେ ପୁଣି ବିଜେପିରେ ସାମିଲ୍ ହେବେ କି ରଘୁବର ଦାସ ?

ରାଜ୍ୟପାଳ ହୋଇ ଆସିବା ଦିନଠୁ ଚର୍ଚ୍ଚାରେ ରଘୁବର ଦାସ। ସେ ଓଡ଼ିଶାର ରାଜ୍ୟପାଳ ପଦରୁ ଗତକାଲି ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଣି ଥରେ ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କର ଇସ୍ତଫା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ ମଧ୍ୟ କରିଛନ୍ତି । ସେପଟେ ମିଜୋରାମ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଖାସ କଥା ହେଉଛି, ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ବେଳେ ପୁଣି ଥରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ଅନ୍ୟତମ ରଘୁବର ଦାସ ୨୦୧୪-୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରହିଛନ୍ତି । ରଘୁବର ଦାସ ଜାମସେଦପୁର ଇଷ୍ଟରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ରଘୁବରଙ୍କୁ ୧୮ ଅକ୍ଟୋବର ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ଏବଂ ସେ ୩୧ ଅକ୍ଟୋବର ୨୦୨୩ରେ ଦାୟିତ୍ବ ଗ୍ରହଣ କରିଥିଲେ ।

Raghubar Das

ବିଜେପିର ଫାଉଣ୍ଡର ମେମ୍ବର ତାଲିକାରେ ରଘୁବର ଦାସଙ୍କ ନାଁ ସାମିଲ ରହିଛି । ସେ ୧୯୭୭ରେ ଜନତା ପାର୍ଟିରେ ସାମିଲ ହୋଇଥିଲେ ଏବଂ ୧୯୮୦ରେ ପ୍ରତିଷ୍ଠାତା ସଦସ୍ୟ ରୂପେ ବିଜେପିର ସଦସ୍ୟତା ନେଇଥିଲେ ।

ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ବିଜେପି ପାଇଁ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି ରଘୁବର ଦାସ । ରଘୁବର ଦାସ ଆରଏସଏସ୍ର ପୂର୍ବତନ ପଦାଧିକାରୀ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିସାରିଛନ୍ତି । ସେହିଭଳି ୧୯୯୫ରୁ ଜାମସେଦପୁର ଇଷ୍ଟ ବିଧାନସଭା ଆସନରୁ ୫ ଥର ପ୍ରତିନିଧିତ୍ବ କରିଛନ୍ତି । ପ୍ରଥମେ ବିହାର ଏବଂ ପରେ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ରଘୁବର ଦାସ କେବେ ବି ନିର୍ବାଚନରେ ପରାସ୍ତ ହୋଇନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+